ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଚାଲାଣ

Spread the love

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ତ କୁରିଗାଁ ପଞ୍ଚାୟତର ଜନୈକା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ନେଇ ଜଣେ ଯୁବକକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୂଳେ ବନ୍ତ ବ୍ଲକ୍ ରାମପୁର ଅଞ୍ଚଳର ଯୁବକ ରାଜକିଶୋର ଜେନା ଉକ୍ତ ନାବାଳିକାକୁ ଅପହରଣ କରିଥିବା ନେଇ କନ୍ୟାର ପିତା ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ୍ ବନ୍ତ ଅଞ୍ଚଳରୁ କନ୍ୟାକୁ ଉଦ୍ଧାର କରିଥିବାବେଳେ ଫେରାର ଥିବା ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରାଥମିକ ତଦନ୍ତ ମୂଳେ ଯୁବକଟି ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିଲା । ଏଣୁ ପୋସ୍କୋ ଆଇନ୍ ମୂଳେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *