ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ- ଏକୁଟିଆ ଯାଉଥିଲେ ଛାତ୍ରୀ

ନିମାପଡ଼ାରେ ଅଭାବନୀୟ ଘଟଣା। ଯୁକ୍ତ ଦୁଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ  ଲଗାଇଦେଲେ ୩ ଜଣ ଦୁର୍ବୃତ୍ତ। ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଯୁବକ ଛାତ୍ରୀଙ୍କୁ ନଦୀବନ୍ଧକୁ ଟେକିନେଇଥିଲେ। ଆଉ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିଲେ। ନିଆଁ ଲଗାଇଥିବା ଯୁବକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବଳଙ୍ଗା ପୁଲିସ ପହଞ୍ଚି ଛାନଭିନ୍ କରିଛି। ନିମାପଡ଼ା ବଳଙ୍ଗା ଥାନା ବାଇଆବର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ପୁରୀ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଛାତ୍ରୀଙ୍କୁ ଜାଳିଦେବା ଘଟଣାରେ ପୂର୍ବତନ ବିଧାୟକ ସମୀର ଦାସ କହିଛନ୍ତି, ଛାତ୍ରୀଙ୍କୁ ଟେକି ନେଇ ବନ୍ଧତଳେ ପକାଇ ନିଆଁ ଲଗାଇଦିଆଯାଇଛି। ପୀଡ଼ିତାଙ୍କ ୬୦ ପ୍ରତିଶତ ପୋଡ଼ିଯାଇଛି। ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି। ପୀଡ଼ିତାଙ୍କୁ ଭେଟିବାକୁ ଏମ୍ସ ଯାଇଥିଲେ କଂଗ୍ରେସ ଓ ବିଜେଡି ପ୍ରତିନିଧି ଦଳ। ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରିବା ସହ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ବିରୋଧୀ। ଆଉ ଏ ସରକାରରେ ଆଉ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ଜନତା ନିଶ୍ଚିତ ହୋଇଗଲେଣି ବୋଲି କହିଛନ୍ତି ବିରୋଧୀ ଦଳ। ଆଗକୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି। ପୀଡ଼ିତାଙ୍କ ଅଧାରୁ ଅଧିକ ଶରୀର ଜଳିଯାଇଛି। ମହିଳା ଓ ଶିଶୁ ବିକାଶ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ବାଚନମଣ୍ଡଳୀର ଘଟଣା ହୋଇଥିବାରୁ ବିରୋଧୀ ଏହାକୁ ଅଧିକ ଶାଣିତ କଲେଣି। ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ହେବ। ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ଶାସକ ଦଳ କହିଛି, ଦୋଷୀ ନିସ୍ତାର ପାଇବେନି। କଡ଼ା ଶାସ୍ତି ମିଳିବ। ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଦୁର୍ବୃତ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ହେବ। ପୀଡିତାକୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଦିଆଯାଉଛି। ବଳଙ୍ଗା ନାବାଳିକା ଛାତ୍ରୀଙ୍କୁ ଜାଳିଦେବା ଘଟଣା ଚାରିଆଡ଼େ ହଇଚଇ ଖେଳାଇଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *