ମାଆ ସହ ବିବାଦ ଥିବାରୁ କୁନି ଝିଅକୁ ମାରିଦେଲା ଦୁର୍ବୃତ୍ତ। ପ୍ରତିଶୋଧରେ ବଳିପଡ଼ିଗଲା ୬ ବର୍ଷର ସାହାଜାହାନ ଖାତୁନ। ବେଙ୍ଗାଲୁରୁର ହ୍ୱାଇଟ୍ ଫିଲ୍ଡ ନିକଟସ୍ଥ ନାଲୁରହାଲି ପାଖରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ନିକଟରେ ଖାତୁନଙ୍କ ପରିବାର କୋଲକାତାରୁ ନାରୁଲହାଲିକୁ ସିଫ୍ଟ କରିଥିଲେ। ଦୁଇ ପଡୋଶୀ ଭିତରେ ସାମାନ୍ୟ କଳି ହୋଇଥିଲା। ଆଉ ଏଥିରେ ଅଭିଯୁକ୍ତ ନିଷ୍ପତ୍ତି ନେଇଥିଲା, ମାଆ ଉପରେ ଥିବା ରାଗ ଛୁଆଟି ଉପରେ ନେବାକୁ। ଅଭିଯୁକ୍ତ ସମୟ ସୁଯୋଗକୁ ଉଣ୍ଡି ରହିଥିଲା। ଆଉ ସାହଜାହାନ ଯେତେବେଳେ ଘରେ ଏକୁଟିଆ ଥିଲା। ତାକୁ ଅପହରଣ କରିନେଲା। ପ୍ଲାଷ୍ଟିକ ରସିରେ ବାନ୍ଧି ହତ୍ୟା କରିଥିଲା। ଆଉ ପରେ ଶବକୁ ବ୍ୟାଗରେ ପୁରାଇ ଦେଇଥିଲା। ବ୍ୟାଗରେ ପୁରାଇ ଶବକୁ ପାଖ ନାଳରେ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପିଲାଟିର ପତ୍ତା ନ ମିଳିବାରୁ ସବୁ ଆଡ଼େ ଖୋଜାଖୋଜି ସହ ପୁଲିସକୁ ଜଣାଇଥିଲେ ଅଭିଭାବକ। ଆଉ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା, ପିଲାଟି କୌଣସି ପରିଚିତ ଲୋକ ସାଙ୍ଗରେ ଯାଉଥିଲା। ଏହାକୁ ଦେଖି ନାଲୁରାହାଲି ଏରିଆରେ ପୁଲିସ ସର୍ଚ୍ଚ ଅପରେସନ କରିଥିଲା। ସନ୍ଦିଗ୍ଧକୁ ଦିନ ରାତି ଖୋଜିଥିଲା। ଶେଷରେ ସାହାଜାହାନଙ୍କ ଶବକୁ ମନ୍ଦିର ରୋଡ ନିକଟସ୍ଥ ଏରିଆରେ ପାଇଥିଲା ପୁଲିସ। ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଥିଲା ପୁଲିସ। ପୁଲିସ ସ୍ପଷ୍ଟ କରିଛି, କୌଣସି ଯୌନ ନିର୍ଯାତନା ବା ବାହ୍ୟ ଆଘାତର ଚିହ୍ନ ନାହିଁ। ପ୍ଲାଷ୍ଟିକ୍ ରସିରେ ବେକକୁ ଚିପି ହତ୍ୟା କରାଯାଇଛି। ପଶ୍ଚିମବଙ୍ଗରୁ ଦାଦନ ଖଟିବାକୁ ଆସିଥିବା ଇଞ୍ଜାମାମ ଶେକଙ୍କ ଝିଅର ଏଭଳି ନିର୍ମମ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଇଞ୍ଜାମାମ ମଧ୍ୟାହ୍ନ ଭୋଜନ କରି ଆସିବା ବେଳେ ଝିଅ ଘର ଆଗରେ ଖେଳୁଥିଲା। ସେ ଏହା ସହ ନୋଟିସ୍ କରିଥିଲେ, ପଡ଼ୋଶୀ ୟୁସୁଫ ମୀର ବି ସେ ପାଖାପାଖି ଥିଲା। ୟୁସୁଫ ବି କୋଲକାତାରୁ ଆସିଥିଲା। କିଛି ସମୟ ପରେ ସାହାନାଜର ଖୋଜଖବର ମିଳିଲାନି। ୟୁସୁଫ୍ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତୃତା କି ଟଙ୍କା ନେଣଦେଣକୁ ନେଇ ଝଗଡ଼ା ନଥିଲା। ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ ତନାଘନା ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now