ଇନଷ୍ଟାଗ୍ରାମରୁ ପରିଚୟ ଆରମ୍ଭ ହୋଇଥିଲା। ଆଉ ଫ୍ରେଣ୍ଡସିପ୍ ଆଳରେ ଶେଷରେ ୪ ନାବାଳକ ନାରକୀୟ କାଣ୍ଡ ଘଟାଇଲେ। ବିହାର ପାଟଣାରୁ ଆସିଛି ଏଭଳି ଲୋମହର୍ଷକ ଘଟଣା। ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ନାବାଳକ। ପୁଲିସ ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ଚାରି ଛାତ୍ର ଅଷ୍ଟମ ଓ ଦଶମ ଶ୍ରେଣୀର। ପଚରାଉଚୁରା ପରେ ପୁଲିସର ସୂଚନା ଅନୁସାରେ, ଝିଅଟି ଆଗ ଇନଷ୍ଟାଗ୍ରାମରେ ଗ୍ରୁପର ଜଣେ ପୁଅ ସହ ବନ୍ଧୁତା କରିଥିଲା। ଏହା ପରେ ପରେ ବାକି ୩ଜଣ ଏହି ଗ୍ରୁପରେ ଯୋଡ଼ି ହୋଇଥିଲେ। ଏହା ପରେ ଗ୍ରୁପରେ ଝିଅଟି ସହ ସଭିଙ୍କ ବନ୍ଧୁତା ହୋଇଯାଇଥିଲା। ଝିଅଟିର ବୟସ ୧୫। ଗଲା ମଙ୍ଗଳବାର ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ କହିବା କଥା, ଏହା ମାସକ ତଳର ଘଟଣା। ପୀଡ଼ିତା ଗର୍ଭବତୀ ଅଛନ୍ତି। ଆଗ ନିଜ ବୟଫ୍ରେଣ୍ଡ ସହ ଭେଟିବାକୁ ଯାଇଥିଲେ ପୀଡ଼ିତା ଜଣକ। ହୋଟେଲରେ ବୟଫ୍ରେଣ୍ଡ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ବୟଫ୍ରେଣ୍ଡ ଅନ୍ୟ ୩ ଜଣ ସାଙ୍ଗକୁ ଡାକିଥିଲା। ୩ ଜଣ ସାଙ୍ଗ ବାଇପାସ୍ ପାଖରେ ଥିବା ଏକ ହୋଟେଲକୁ ନେଇ ଜଣକ ପରେ ଜଣ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ ପରିବାରବର୍ଗର କହିବା କଥା, ସେମାନଙ୍କ ପିଲା ସମସ୍ତେ କୁଅଭ୍ୟାସରେ ପଡ଼ିସାରିଥିଲେ। ନିୟମିତ ନିଶା ନେଉଥିଲେ। ସୁଧାରିବାକୁ ପାଟଣା ଆଣିଥିଲେ ବି ଏଠାରେ ଆହୁରି ବିଗିଡ଼ିଗଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now