ଏମକେସିଜିରେ ପିଜି ଛାତ୍ରଙ୍କୁ ମାଡ଼ ମାରିବା ଘଟଣା, ୪ ଡ଼ାକ୍ତରଙ୍କୁ ବହିଷ୍କୃତ

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପିଜି ଡ଼ାକ୍ତର ଛାତ୍ରଙ୍କୁ ମାଡ଼ ମାରିବା ଘଟଣା। ୪ ପିଜି ଡ଼ାକ୍ତରଙ୍କୁ ବହିଷ୍କୃତ । ଜଣେ ଡ଼ାକ୍ତରଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା। ଡ଼ିଏମଇଟିଙ୍କ ନିର୍ଦ୍ଧେଶ ପ୍ରକାରେ ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ନେଲେ ନିଷ୍ପତ୍ତି। ଅର୍ଥପେଡ଼ିକ୍‌ ବିଭାଗର ଡ଼ାକ୍ତର ପୁରୁଷୋତ୍ତମ ସ୍ବାଇଁ, ଆରିୟାନ କୁମାର ମହାନ୍ତି ଓ ଚିନ୍ମୟ ପ୍ରଧାନ ଏବଂ ସାଧାରଣ ସର୍ଜରୀ ବିଭାଗର ସିନିୟର ରେସିଣ୍ଡେଣ୍ଟ ଡ଼ାକ୍ତର ୟସ୍‌ବନ୍ତ ଭିରାଙ୍କୁ ନିଜ କାର୍ଯ୍ୟରୁ ବହିସ୍କାର କରିଛନ୍ତି ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ। ଅର୍ଥପେଡ଼ିକ ବିଭାଗର ଦ୍ବିତୀୟ ବର୍ଷର ପିଜି ଡ଼ାକ୍ତର ପ୍ରିୟଜିତ୍‌ ସାହୁଙ୍କୁ ୬ ମାସ ପର୍ଯ୍ୟନ୍ତ ହଷ୍ଟେଲ ମନା କରାଯାଇଛି। ଗତ ୨୩ ତାରିଖରେ ପିଜି ଡ଼ାକ୍ତରଙ୍କୁ ମାଡ଼ ମାରିବା ନେଇ କାଉନସିଲ ବୈଠକ ବସିଥିଲା। ଗତ ୨୦ ତାରିଖରେ ତୃତୀୟ ହଷ୍ଟେଲରେ ଜଣେ ପିଜି ଡ଼ାକ୍ତରଙ୍କୁ ହୋଇଥିଲା ଆକ୍ରମଣ। ଏମକେସିଜି ମେଡ଼ିକାଲ କଲେଜ ଡ଼ିନ୍‌ ଡ଼ା.ସୁଚିତ୍ରା ଦାସ ଏନେଇ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *