ବିଧାୟକ ଆବାସ ଅନସାରୀଙ୍କୁ ୨ ବର୍ଷ ଜେଲ। ୟୁପିର ମାଉ ଜିଲ୍ଲା କୋର୍ଟ ଆବାସଙ୍କୁ ଘୃଣା ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। କୁଖ୍ୟାତ ଅପରାଧୀ ମୁଖତାର ଅନସାରୀଙ୍କ ପୁଅ ଆବାସ ଅନସାରୀ ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ଘୃଣା ଭାଷଣ ମାମଲାରେ ଏହି ସଜ୍ଜା ଦେଇଛନ୍ତି ଅଦାଲତ। ଏହି ରାୟକୁ ମାଉ ଜିଲ୍ଲାର ମୁଖ୍ୟ ବିଚାରପତି (MP-MLA କୋର୍ଟ)ଙ୍କ ଦ୍ୱାରା ଦିଆଯାଇଛି। ଆବାସ ଅନସାରୀ ୨୦୨୨ ମସିହାରେ ଏକ ନିର୍ବାଚନୀ ସଭାରେ ଅଫିସରଙ୍କୁ ଧମକ୍ ଦେଇଥିଲେ ଯେ, ମେଣ୍ଟରେ ଥିବା ସପା- ଏସବିଏସପି ଦଳ ଯଦି ସତ୍ତାରେ ଆସିବ, ତେବେ ସେମାନଙ୍କ ‘ହିସାବ କିତାବ’ କରାଯିବ। ସେ ସପା ସୁପ୍ରିମୋ ଅଖିଳେଶଙ୍କୁ କହିକି ଆସିଛନ୍ତି, ସରକାର ଗଠନ ପରେ ୬ ମାସ ଯାଏଁ କୌଣସି ପୋଷ୍ଟିଂ କି ଟ୍ରାନ୍ସଫର ହେବନି। ଯିଏ ଯେଉଁଠି ସେଇଠି ରହିବେ। ଆଗ ହିସାବକିତାବ ହେବ। ତା ପରେ ଯାଇ ଟ୍ରାନ୍ସଫର। ଏହି ଭାଷଣ ସାଧାରଣ ଶାନ୍ତି ବ୍ୟବସ୍ଥାରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଆବାସ ଅନସାରୀଙ୍କ ସହିତ ତାଙ୍କ ଭାଇ ମନସୁର୍ ଅନସାରୀଙ୍କୁ ମଧ୍ୟ ୬ମାସର ଜେଲ ସଜା ଓ ହଜାରେ ଟଙ୍କାର ଜରିମାନା ଦଣ୍ଡ ଦିଆଯାଇଛି।ଏହି ଦଣ୍ଡ ମିଳିବା ପରେ ଆବାସ ଅନସାରୀଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ରହିଛି। କାରଣ ଜନପ୍ରତିନିଧି ଆଇନ ୧୯୫୧ ଅନୁଯାୟୀ, ଯେଉଁ ବିଧାୟକ ଦୁଇ ବର୍ଷ ବା ତାହାଠାରୁ ଅଧିକ ସଜା ଭୋଗ କରନ୍ତି, ସେମାନେ ଅଯୋଗ୍ୟ ଘୋଷିତ ହୁଅନ୍ତି। ଆବାସ ଅନସାରୀ ଏହି ରାୟ ବିରୁଦ୍ଧରେ ଅପିଲ୍ କରିଛନ୍ତି। ରାଜ୍ୟ ସରକାର ଦୁଇ ସପ୍ତାହ ମଧ୍ୟରେ ଏହି ମାମଲାର ଉତ୍ତର ଦେବାକୁ ଆଦେଶ ମିଳିଛି। ପରବର୍ତ୍ତୀ ଶୁଣାଣି ୧୧ ଜୁନ ୨୦୨୫ ରେ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now