ଶିଳାନ୍ୟାସ କରିବାକୁ ଯାଇଥିଲେ ବିଧାୟକ। କିନ୍ତୁ ଯାହା ଦେଖିଲେ, ତାକୁ ଦେଖି ରାଗିପାଚି ନିଆଁ ହୋଇଗଲେ। ଯିଏ ଶିଳାନ୍ୟାସର ଆୟୋଜନ କରିଥିଲା, ତାକୁ ବହେ ଛେଚିଲେ। ଘଟଣା ଆଶ୍ଟର୍ଯ୍ୟ ହେଲେ ବି ସତ। ଆସାମର ଧୁବରି ଜିଲ୍ଲାର ପୂର୍ବ ବିଲାସିପାରାର ବିଧାୟକ ସମସୁଲ ହୁଦା ଏମିତି କଅଣ ଦେଖିଲେ ଯେ, ରାଗିକି ପିଟିଲେ। ପୋଲ ଶିଳାନ୍ୟାସ କରିବାକୁ ଯାଇଥିଲେ ବିଧାୟକ ହୁଦା। ଶିଳାନ୍ୟାସ ଲାଗି ରୀତି ଅନୁସାରେ ନଥିଲା କିନ୍ତୁ ନାଲିଫିତା। ଫିତା ନଥିବା ଦେଖି ରାଗି ଯାଇଥିଲେ ବିଧାୟକ। ଏହାକୁ ପ୍ରଶମିତ କରିବାକୁ ଦୁଇ କଦଳୀ ବାହୁଙ୍ଗା ଭିତରେ ଗୋଲାପି ଫିତା ଲଗାଯାଇଥିଲା। ଏହାକୁ ଦେଖି ଚିହିଁକି ଉଠି ପାଖରେ ଥିବା ବ୍ୟକ୍ତିକୁ କଦଳୀ ବାହୁଙ୍ଗାରେ ବାଡ଼େଇବା ସହ ଗାଳିଗୁଲଜ କରିଥିଲେ। କଲର ଧରି ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ସବୁଠି ବିଧାୟକଙ୍କ ଏଭଳି ଆଚରଣକୁ ନିନ୍ଦା ସହ କଡ଼ା ସମାଲୋଚନା କରାଯାଇଛି। ପୋଲ କାମ କରୁଥିବା କଣ୍ଟ୍ରାକ୍ଟରଙ୍କ ପାଖରେ କାର୍ଯ୍ୟରତ ସାହିଦୁର ରେହେମାନଙ୍କ ପ୍ରତି ଏମିତି ଅମାନବୀୟ ଆଚରଣକୁ ନେଇ ଏଆଇୟୁଡିଏଫ୍ ବିଧାୟକ ସମସଲୁଙ୍କ ବିରୁଦ୍ଧରେ ଏତତା ଦିଆଯାଇଛି। ଅଲ କୋଚ୍ ରାଜବୋଙ୍ଗସି ଷ୍ଟଣ୍ଡେଟ୍ସ ୟୁନିଅନ ପକ୍ଷରୁ ଏହି ଏତଲା ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now