ପ୍ରେମରେ ପାଗଳ- ହତ୍ୟାକାରୀ ସାଜିଲା ମାଆ

ସେ ମାଆ ନୁହେଁ। ବରଂ ଡାହାଣୀ। ପରକୀୟାପ୍ରୀତିରେ ଏତେ ପାଗଳ ଯେ, ନିଜ ଜନ୍ମିତ ଛୁଆକୁ କିଏ ଗଳା ଚିପି ମାରିଦେଲା ତ କିଏ ନିଜ ପ୍ରେମିକକୁ ଲଗାଇ ଦୁଷ୍କର୍ମ କରାଇ ମାରିଦେଲା। ୟୁପି ଓ ମହାରାଷ୍ଟ୍ରରୁ ବିଚଳିତ କଲା ଭଳି ମାଆର ଜଘନ୍ୟ କାମର ନଜିର ଆସିଛି। ମା ଜହ୍ଲାଦ ସାଜିଲା। କାନପୁର ନରଓ୍ୱଲ ଥାନା ଅନ୍ତର୍ଗତ ପ୍ରତାପପୁରରେ ମା ନିଜ ପିଲାର ଗଳା ଚିପି ହତ୍ୟା କରିଛି। ଆଗରୁ ଦୁଇ ପିଲାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ବେଳେ ତୃତୀୟ ପିଲାକୁ ମା ମାରିଦେଇଛି। ପରକୀୟାପ୍ରୀତି ପାଇଁ ନିଜ ୪ ବର୍ଷର ପୁଅକୁ ମାରିଦେଲା ମାଆ। ପୁଅକୁ ମାରିଦେବା ପରେ ଶ୍ୱଶୁର ପାଖରେ ଶୁଆଇଦେଇଥିଲା। ଆଉ ନିଜେ ଶୋଇବାକୁ ଯିବାର ବାହାନା କରିଥିଲା। ପ୍ରେମିକ ସହ ମିଶି ବିଳମ୍ୱିତ ରାତିରେ ଫେରୁଥିଲା ବେଳେ ପୁଅ କାନ୍ଦୁଥିବା ଦେଖି ଏଭଳି ବଡ଼ ପଦକ୍ଷେପ ନେଇଗଲା ମନୀଷା। ପୁଅର କାନ୍ଦ ବନ୍ଦ କରାଇବା ବଦଳରେ ତାକୁ ମାରିଦେଲା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମନୀଷାର ସବୁ କାରନାମା ପଦାରେ ପଡ଼ିଗଲା। ପୁଲିସ ଘଟଣାର ତଦନ୍ତ କରୁଛି। ମନୀଷାକୁ ଗିରଫ କରିଛି। ମନୀଷାର ପ୍ରେମିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି। ୬ ବର୍ଷ ତଳେ ସୁଶୀଲ ଯାଦବ ସହ ମନୀଷାର ବିବାହ ହୋଇଥିଲା। ଦିବ୍ୟାଂଶୀ, ଅନିରୁଦ୍ଧ ଓ ଅନୁରାଗ ନାଁରେ ତିନୋଟି ପିଲା ଥିଲେ। ଗାଁର ଏକ ଯୁବକ ସହ ଅବୈଧ ସମ୍ପର୍କ ଥିଲା ମନୀଷାର। ଗଲା ମାସ ପ୍ରେମିକ ସହ ଫେରାର୍ ହୋଇ ୨୬ ଦିନ ପରେ ଘରକୁ ଫେରିଥିଲା ମନୀଷା। ଥାନାରେ ବୁଝାମଣା ପରେ ସୁଶୀଲ ସହ ରହିବାକୁ ରାଜି ହୋଇଥିଲା। ସେପଟେ ମୁମ୍ୱାଇରେ ମାଆର ଘୃଣ୍ୟ କାମ ବି ସୀମା ପାର୍ କରିଗଲା। ୧୯ ବର୍ଷର ପ୍ରେମୀ ଦ୍ୱାରା ୨ ବର୍ଷର ଝିଅ ସହ ପାଶବିକ ଅତ୍ୟାଚାର କରାଇଲା। ଆଉ ତା ପରେ ମାରିଦେଲା ମାଆ। ମାଲଓ୍ୱଣି ଅଞ୍ଚଳରେ ଫରହାନ ଶେଖ୍ ନାମକ ଯୁବକ ୨ ବର୍ଷର କୁନି ଝିଅକୁ ତା ମାଆ ରୀନା ଶେଖ୍ ଆଗରେ ବଳାତ୍କାର କରିଥିଲା। କ୍ରୁର ଯୌନ ଉତ୍ପୀଡ଼ନ ପରେ ଶ୍ୱାସରୁଦ୍ଧରୁ ପିଲାଟି ମରିଗଲା। ମା ଆଗରେ ଏ ସବୁ ଘଟିଥିଲା। ହସ୍ପିଟାଲ ନେଇ ଝିଅକୁ ଫିଡସ୍ ରେ ପଡ଼ି ଅଚେତ ହୋଇଗଲା ବୋଲି କହିଥିଲା ରୀନା। ମୁମ୍ୱାଇ ପୁଲିସ ରୀନା ଖେଶ୍ ଓ ତାହାର ପ୍ରେମିକ ଫରହାନ୍ ଶେଖକୁ ହତ୍ୟା, ନାବାଳିକା ଯୌନଶୋଷଣ ମାମଲାରେ ବାନ୍ଧିଛି। ୩୦ ବର୍ଷର ରୀନା ନିଜ ପ୍ରଥମ ବିବାହରୁ ଜନ୍ମିତ ଝିଅର ଦେଖାଶୁଣା କରିବାକୁ ଚାହୁଁନଥିଲା। କାରଣ ୨ ବର୍ଷ ପୂର୍ବରୁ ନିଜ ସ୍ୱାମୀ ସହ ଛାଡ଼ପତ୍ର ହୋଇସାରିଛି। ଗର୍ଭବତୀ ଅବସ୍ଥାରେ ଛାଡ଼ପତ୍ର ହୋଇଥିଲା। ପରକୀୟାପ୍ରୀତି ଓ ପ୍ରେମରେ ଏତେ ଅନ୍ଧ ହୋଇଗଲା ଯେ ନିଜ ଜନ୍ମିତ ପିଲାକୁ ମାରିବାକୁ ପଛାଇଲାନି ମାଆ। ମନୀଷା ଓ ରୀନା ଭଳି ମହିଳା ମାଆର ପବିତ୍ର ନାଁକୁ କଳଙ୍କିତ କରିଦେଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *