ମାଆର ପରକୀୟା ପ୍ରୀତିକୁ ବିରୋଧ କରି ପୁଅର ଜୀବନ ଗଲା। ମାଆ ହିଁ ନିଜ ପିଲାକୁ ମାରିଦେଲା। ପାଟଣାରେ ବିପିଏସସି ଶିକ୍ଷୟତ୍ରୀ ଥିବା ରୋମା ନିଜର ପ୍ରେମିକ ସହ ମିଶି ପିଟି ପିଟି ମାରିଦେଲା ୧୨ ବର୍ଷର ପୁଅକୁ। ଏହା ପରେ ପୁଅର ଶବକୁ ବୁଦାରେ ଫିଙ୍ଗି ନିଆଁ ଲଗାଇଦେଇଥିଲେ। ରୋମାର ପ୍ରେମିକ ନିର୍ମଳ ପାଶଓ୍ୱାନ ରୋହତାସରେ ଥିବା ପ୍ରାଇମେରୀ ଟିଚର ଟ୍ରେନିଂ କଲେଜର ପ୍ରିନ୍ସିପାଲ ଥିଲେ। ଟ୍ରେନିଂ ସମୟରେ ପରସ୍ପରକୁ ଭେଟିଥିଲେ ଆଉ ତା ପରେ ଦୁହିଁଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥିଲା। ରୋମାକୁ ପୁଲିସ ଗିରଫ କରିଛି। ରୋମାଙ୍କ ସ୍ୱାମୀ କହିଛନ୍ତି, ସେ ଜାଣିିଥିଲେ ତାଙ୍କ ପତ୍ନୀ ଚରିତ୍ରହୀନା। ରୋମାକୁ ଏଭଳି ଜଘନ୍ୟକାଣ୍ଡ ଲାଗି ଫାଶୀ ଖୁଣ୍ଟରେ ଝୁଲାଇଦେବା କଥା। ଜୁନ୍ ୧୫ରେ ଏହି କାଣ୍ଡ ଭିଆଇଥିଲା ରୋମା। ବେଢ଼ନା ଚାରିଥାକିଆ ଓଭରବ୍ରିଜ୍ ପାଖରୁ ରାସ୍ତା କଡ଼ରେ ପିଲାଟିର ଅର୍ଦ୍ଧଦଗ୍ଧ ଶବ ପୁଲିସ ଜବତ କରିଥିଲା। ରୋମାଙ୍କ ନିଜ ସ୍ୱାମୀ ପ୍ରମୋଦ କୁମାରଙ୍କ ସହ ମତଭେଦ ଲାଗିଥିଲା। ପ୍ରେମିକ ପ୍ରଫେସର ନିର୍ମଳଙ୍କ ସହ ଅବୈଧ ସମ୍ପର୍କକୁ ବରଦାସ୍ତ କରିପାରୁନଥିଲା ୧୨ ବର୍ଷର ପୁଅ। ଏହାକୁ ବିରୋଧ କରୁଥିବାରୁ ତାକୁ ସବୁଦିନ ଲାଗି ହଟାଇବାକୁ ଦୁହେଁ ଯୋଜନା କରିଥିଲେ। ହତ୍ୟାରେ ବ୍ୟବହୃତ ଗାଡିକୁ ଜବତ କରାଯାଇଛି। ହାତ ଗୋଡ଼ ବାନ୍ଧି ପିଲାକୁ ମାରି ଫିଙ୍ଗିଦିଆଯାଇଥିଲା। ସେ ରସିକୁ ବି ଜବତ କରିଛି ପୁଲିସ। ଅଭିଯୁକ୍ତ ପାଖରୁ ୩ଟି ମୋବାଇଲ ଫୋନ୍ ବି ଜବତ ହୋଇଛି। ହାଇଓ୍ୱେରେ ଲାଗିଥିବା ସିସିଟିଭି ଫୁଟେଜ୍ ରେ ଏକ ସନ୍ଦିଗ୍ଧ ଟାଟା ଟିଗୋରର ନମ୍ୱର ମିଳିଥିଲା। ଏହା ଜରିଆରେ ହତ୍ୟାକାରୀ ମା ପାଖରେ ପହଞ୍ଚିଥିଲା ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now