ପ୍ରେମିକ ପାଇଁ ୩ ପିଲାଙ୍କୁ ମାରିଦେଲା ମାଆ

ପ୍ରେମିକ ପାଇଁ ସନ୍ତାନ ହୋଇଗଲେ ତୁଛ। ନିଜର ଜନ୍ମିତ ୩ ପିଲାଙ୍କୁ ଶ୍ୱାସରୁଦ୍ଧ କରି ମାରିଦେଲା ମାଆ। ତେଲେଙ୍ଗାନାରୁ ଆସିଛି ଏଭଳି ଛାତିଥରା ଘଟଣା। ସାଙ୍ଗାରେଡ୍ଡି ଜିଲ୍ଲାର ଅମିନପୁର ମଣ୍ଡଳରେ ୩୦ ବର୍ଷୀୟ ଶିକ୍ଷୟତ୍ରୀ ରଜିଥାଙ୍କ ଏ କାରନାମା ଯିଏ ଶୁଣୁଛି, ମୁଣ୍ଡରେ ହାତ ଦେଉଛି। ନିଜ ପ୍ରେମିକକୁ ବିବାହ କରିବାକୁ ଚାହୁଁଥିଲେ ରଜିଥା। କିନ୍ତୁ କାଳେ ତିନି ପୁଅ ଝିଅ କଣ୍ଟା ସାଜିବେ, ସେ ଡରରେ ସବୁଦିନ ଲାଗି ତିନୋଟି ଯାକ ପିଲାଙ୍କୁ ମାରିଦେଲେ ରଜିଥା। କିନ୍ତୁ ପ୍ରେମିକ ଶିବକୁମାରର କହିବା ଥିଲା, ଏ ୩ ପିଲାଙ୍କୁ ନେଇ ତାଙ୍କର କୌଣସି ଆପତ୍ତି ନଥିଲା। ପିଲାଙ୍କୁ ମାରିଦେଇ ଫୁଡ୍ ପଏଜନିଂରୁ ମୃତ୍ୟୁ ହୋଇଛି ବୋଲି ବାହାନା ଦର୍ଶାଇଥିଲେ ରଜିଥା। ହାଇଦ୍ରାବାଦର ଅମିନପୁରରେ ୩ ପିଲାଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପିଲାଙ୍କ ସହ ତାଙ୍କ ମାଆ ରଜିଥାକୁ ବି ହସ୍ପିଟାଲ ନିଆଯାଇଥିଲା। କାରଣ ରଜିଥା ପେଟ ଦରଜ କହି ହସ୍ପିଟାଲ ଯାଇଥିଲେ। ଗଳା ଚିପି ତିନି ପିଲାଙ୍କୁ ହତ୍ୟା କରିଥିବା ନେଇ ସତ ଓଗାଳିଥିଲେ ରଜିଥା। ଶିବକୁମାର ଓ ରଜିଥା ଏକାଠି ସ୍କୁଲରେ ପଢ଼ୁଥିଲେ। ଉଭୟଙ୍କୁ ଜେଲ୍ ପଠାଇଦିଆଯାଇଛି। ନିଜଠୁ ୨୦ ବର୍ଷ ବଡ଼ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନଥିଲେ ରଜିଥା। ରଜିଥାଙ୍କ ସ୍ୱାମୀ ଟ୍ୟାଙ୍କର ଚାଳକ ଥିଲେ। ଘଟଣା ଦିନ ବିଳମ୍ୱିତ ରାତିରେ ଘରେ ପହଞ୍ଚିବାରୁ ପେଟଦରଜ ହେଉଛି କହିଥିଲେ ରଜିଥା। ରାତିରେ ଦହି ଚାଉଳ ଖାଇବା ପରେ ପିଲାମାନେ ବେହୋସ ହୋଇପଡ଼ିଲେ। ଯେତେବେଳେ ପେଟ ଦରଜର ବାହାନା କରିଥିଲେ। ପଡୋଶୀଙ୍କ ସହ ମିଶି ସ୍ୱାମୀ ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ଆଉ ପୋଷ୍ଟମର୍ଟମ ରିପୋର୍ଟ ସବୁ କଥା ଧରା ପକାଇଦେଲା। ପୁଲିସକୁ ଆଗ ରଜିଥା ଭୁଲ୍ ବୟାନ ଦେଇଥିଲେ ଯେ, ପାରିବାରିକ କନ୍ଦଳରୁ ପିଲାଙ୍କ ସହ ବିଷ ପିଇ ଆତ୍ମହତ୍ୟା କରିବାକୁ ଭାବିଥିଲେ। ସେଥିଲାଗି ଦହିଭାତରେ ବିଷ ମିଶାଇଥିଲେ। କିନ୍ତୁ ପିଲା ମରିଗଲେ। ଘଟଣାଟି ୧୫ ଦିନର ହୋଇଥିଲେ ହେଁ, ପ୍ରେମ ପାଇଁ ମାଆ ବି ନିଜ ସନ୍ତାନକୁ ମାରିପାରେ। ଏ ଚର୍ଚ୍ଚା ଆଜି ବି ଥମୁନି। ପ୍ରେମ ଅନ୍ଧ ହୋଇପାରେ। ହେଲେ ନିଜ ଜନ୍ମିତ ଛୁଆଙ୍କୁ ମାରିବାକୁ କେମିତି ଅନ୍ଧ ହୋଇଗଲା ମାଆ ବୋଲି ସମାଜରେ ଚିନ୍ତାପଶିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *