ସାଂସଦଙ୍କୁ ମର୍ଡର କଲେ ମିଳିବ ୨୫ଲକ୍ଷ

ରାମଜୀଲାଲ ସୁମନଙ୍କୁ ମର୍ଡର କଲେ ମିଳିବ ୨୫ଲକ୍ଷ। ଯିଏ ଗୁଳି କରି ମର୍ଡର କରିବ, ତାକୁ ପୁରଷ୍କାର ସ୍ୱରୂପ ୨୫ଲକ୍ଷ ଟଙ୍କା ମିଳିବ ବୋଲି ଆଲିଗଡ଼ର ଜଣେ ଯୁବ ନେତା ଭିଡ଼ିଓ କରି ଘୋଷଣା କରିଛନ୍ତି। ସମାଜବାଦୀ ଦଳର ସାଂସଦ ରାମଜୀଲାଲ ସୁମନ ରାଣା ସାଙ୍ଗା ଉପରେ ବିବାଦୀୟ ଟିପ୍ପଣୀକୁ ନେଇ ତାଙ୍କୁ ଜୀବନରେ ମାରିବାକୁ ଏଭଳି ଧମକ ଦେଇଛନ୍ତି ମୋହନ ସିଂ ଚୌହ୍ୱାନ। ବିଜେପି ସହ ଯଦିଓ ଜଡ଼ିତ ଅଛନ୍ତି ମୋହନ। କିନ୍ତୁ କୌଣସି ପଦପଦବୀରେ ନାହାନ୍ତି। ୩ ଦିନ ତଳୁ ଏମିତି ଧମକପୂର୍ଣ୍ଣ ଭିଡିଓ ଜାରି କରିଛନ୍ତି ମୋହନ। ପୁଲିସ ନିଜ ଆଡ଼ୁ ସଂଜ୍ଞାନ ନେଇ ଏହାର ଛାନଭିନ୍ ଆରମ୍ଭ କରିଛି। ମୋହନଙ୍କ କହିବା କଥା, ରାଣା ସାଙ୍ଗାଙ୍କ ଭଳି ମହାନ୍ ଯୋଦ୍ଧା ଓ ରାଷ୍ଟ୍ରଭକ୍ତଙ୍କୁ ବିଶ୍ୱାସଘାତକ କହିବା ଓ ତାଙ୍କ ବିରୁଦ୍ଧରେ ଅଭଦ୍ର ଟିପ୍ପଣୀ ଦେବାରୁ ଦେଶର ଯୁବକଙ୍କ ଭିତରେ ଆକ୍ରୋଶ ବଢ଼ିଛି। ଏଭଳି ଆଚରଣ ଲାଗି ସୁମନ୍ କ୍ଷମା ମାଗନ୍ତୁ। ନଚେତ ଏପ୍ରିଲ ୧୨ରେ ରାଣା ସାଙ୍ଗା ଜୟନ୍ତୀରେ ଲୋକେ ସୁମନଙ୍କୁ ପାନେ ଦେବେ। ସପା ସାଂସଦ ସୁମନଙ୍କ ସପକ୍ଷରେ ବାହାରିଛି ଆମ୍ୱେଦକର ବାହିନୀ। ଆଲିଗଡ଼ରେ ଏଭଳି ଧମକ ବିରୁଦ୍ଧରେ ପ୍ରଦର୍ଶନ କରିବା ସହ କର୍ଣ୍ଣି ସେନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି। ୪ କୋଟିରୁ ଅଧିକ ଦଳିତ ରାଜ୍ୟସଭା ସାଂସଦ ରାମଜୀଲାଲ ସୁମନଙ୍କ ସହ ଛିଡ଼ା ହୋଇଛନ୍ତି। ଯିଏ କର୍ଣ୍ଣିସେନାକୁ ଠିକଣା ଜବାବ ଦେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *