ପତ୍ନୀକୁ ପଠାଇଲେ କରଜ ଛାଡ଼। ଅମରୋହାରେ ଏଭଳି ଦାବିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ସୁଧଖୋର ବ୍ୟକ୍ତି ଉଧାର ଟଙ୍କା ନେବାକୁ ମହିଳାଙ୍କୁ ତାଙ୍କ ସାଙ୍ଗରେ ମାସେ ରହିବାକୁ ଘୃଣ୍ୟ ଡିମାଣ୍ଡ କରିଥିଲା। କରଜ ନେଇଥିଲେ ମହିଳାଙ୍କ ସ୍ୱାମୀ। କିନ୍ତୁ କରଜ ସୁଝିବାକୁ ଅସମର୍ଥ ହେବାରୁ ସୁଧଖୋର ମହାଜନର ଲୋଲୁପ ଦୃଷ୍ଟି ପଡ଼ିଥିଲା ତାଙ୍କ ପତ୍ନୀଙ୍କ ଉପରେ। ପତ୍ନୀକୁ ଘରକୁ ପଠାଇଦେ। କରଜ ଛାଡ୍ କରିଦେବି ବୋଲି ଦାବି କରିବାରୁ ଏଥିରେ କ୍ରୋଧିତ ସ୍ୱାମୀ ତାହାର ଗଳା ଚିପି ହତ୍ୟା କରିଥିଲେ। ହାତ ଗୋଡ଼ ବାନ୍ଧିଦେଇ ହତ୍ୟା କରିଦେଲେ। କରଜ ଦେଇଥିବା ଇଲାଇଚିର ଶବ ତା ଘର ଖଟବକ୍ସ ତଳୁ ଉଦ୍ଧାର କରିଥିଲା ପୁଲିସ। ଇଲାଇଚିର ହାତଗୋଡ଼ ବନ୍ଧାଯାଇଥିଲା। ଘର ବାହାରେ ତାଲା ପଡ଼ିଥିଲା। ପୁଲିସ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରି ପୁରା ଘଟଣା ଉପରୁ ପରଦା ହଟାଇଛି। ଋଣ ଛାଡ୍ ପାଇଁ ପତ୍ନୀକୁ ମାଗିବା ଘଟଣା ଶେଷରେ କରଜ ଦେଇଥିବା ବ୍ୟକ୍ତିର ଜୀବନ ନେଇଗଲା। ସୁଧ ଟଙ୍କା ଲାଗି ମହିଳାଙ୍କୁ ବନ୍ଧକ ଦାବି କଥା ଶୁଣି ଇ-ରିକ୍ସା ଚାଳକ ହନିଫ ଓରଫ ଇଲାଇଚିର ହତ୍ୟା କରିଦେଲେ ଦମ୍ପତ୍ତି। ୭୦ ବର୍ଷୀୟ ଇଲାଇଚି ପରିବାରରୁ ଅଲଗା ରହୁଥିଲା। ପତ୍ନୀ ଓ ପିଲାଙ୍କୁ ମାଡପିଟ୍ କରୁଥିବାରୁ ତାକୁ ଘରୁ ପରିବାରଲୋକେ ବାହାର କରିଦେଇଥିଲେ। ସେ ଗୁଜରାଣ ମେଣ୍ଟାଇବାକୁ ଇ-ରିକ୍ସା ଚଳାଇବା ସହ ଟଙ୍କାକୁ ସୁଧରେ ଲଗାଉଥିଲା। ଶେଷରେ ସିସିଟିଭି ଫୁଟେଜ୍ ଓ ସର୍ଭେଲାନ୍ସ ଜରିଆରେ ଏହି ହତ୍ୟାକାଣ୍ଡରେ ସାମିଲ୍ ହସନପୁର ନିବାସୀ ସମଶେର ଖାଁ ଓ ତାଙ୍କ ପତ୍ନୀ ସାଜମାକୁ ପୁଲିସ ଗିରଫ କରିସାରିଛି। ୪ମାସ ତଳେ ହନିଫଙ୍କଠୁ ୨୦ହଜାର ଟଙ୍କା ସୁଧରେ ଆଣିଥିଲେ ସମଶେର। ଏହା ବଦଳରେ ନିଜ ବାଇକ୍ ବନ୍ଧକ ରଖିଥିଲେ। କିଛି ଦିନ ପରେ ଆଉ କିଛି ସାମଗ୍ରୀ ବନ୍ଧକ ରଖି ଆଉ ୫ ହଜାର ଟଙ୍କା ଆଣିଥିଲେ। କିନ୍ତୁ ସୁଧ ଟଙ୍କା ମାଫ୍ କରିବାକୁ ତାଙ୍କ ପାଖରେ ସମଶେର ତାଙ୍କ ପତ୍ନୀଙ୍କୁ ମାସେ ପାଇଁ ବନ୍ଧକ ରଖିବାକୁ ସର୍ତ୍ତ ରଖିଦଲେ ହନିଫ୍। ଆଉ ଏଥିରେ ଉତକ୍ଷିପ୍ତ ହୋଇ ହନିଫକୁ ମର୍ଡର କରିଦେଲେ ସମଶେର। ଏହି ହତ୍ୟାକାଣ୍ଡର ଖୁସାଲା କରିଥିବା ପୁଲିସ ଟିମକୁ ୨୫ହଜାର ଟଙ୍କାର ପୁରଷ୍କାର ଦେଇଛନ୍ତି ଏସପି ଅମିତ କୁମାର ଆନନ୍ଦ।

Naxatra News is now on Whatsapp
Join and get latest news update delivered to you via whatsapp
Join Now