ଜବରଦଖଲ ଉଛେଦ କଲେ ପୌର ପ୍ରଶାସନ

Spread the love

ଜୟପୁର : ଜୟପୁର ପୌର ପାଳିକା ତରଫରୁ ଜବରଦଖଲ ଉଛେଦ ହୋଇଛି । ଜୟପୁର ପୌରାଂଚଳର ପୁରୁଣାଗଡ ରାସ୍ତାରେ ଜବରଦଖଲ କରିଥିଲେ । ଏନେଇ ପୁରୁଣାଗଡ ସାହି ବାସିନ୍ଦା ଏକତ୍ରିତ ହୋଇ ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁରୁଣାଗଡ ଅଂଚଳର ଜଣେ ବ୍ୟକ୍ତି ଜବର ଦଖଲ କରି ସରକାରୀ ଜାଗାରେ ଘର ନର୍ମାଣ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହି ସୂଚନା ପାଇ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପଟ୍ଟନାୟକ ପୁରୁଣାଗଡ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ମାପ ଚୁପ ପରେ ଜେସିବି ଦ୍ୱାରା ଜବରଦଖଲ ଉଛେଦ କରାଯାଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *