ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ନୂଆବର୍ଷ ଦିନ ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପରଜଙ୍ଗ ପୋଲିସ। ଲୋମ ଟାଙ୍ଗୁରା ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଢେଙ୍କାନାଳ ଏସପି ଅଭିନବ ସୋନକରଙ୍କ ପ୍ରେସମିଟ ମାଧ୍ୟମରେ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର କରିଥିଲେ ଖୁଲାସା। ନୂଆ ବର୍ଷର ପ୍ରଥମ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ରକ୍ତ ରଞ୍ଜିତ ହୋଇଥିଲା ବସୋଇ ଗାଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ ମକୁ ସେହି ଗାଁର ରାକେଶ ସେଠିଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ ।ତେବେ ମକୁ ପ୍ରଥମେ ଏକ ବାଉଁଶ ଠେଙ୍ଗାରେ ରାକେଶକୁ ଆକ୍ରମଣ କରିବା ସହ ଲଙ୍ଗଳ ଲୁହାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ପରେ ଏକ ଟାଙ୍ଗିଆରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଗାଁ ଦାଣ୍ଡରେ ଫୋପାଡ଼ି ଥିଲା ଅଭିଯୁକ୍ତ ମକୁ ।ତେବେ ସବୁଠାରୁ ହୃଦୟ ବିଦାରକ ଥିଲା ଗାଁ ପଣା ଖୁଣ୍ଟରେ ବଳି ଦେବାର ଦୃଶ୍ୟ। ଏହାକୁ ନେଇ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶଙ୍କ ନେତୃତ୍ୱରେ ୩ଟି ଟିମ ଅଭିଯୁକ୍ତକୁ ଧରିବା ପାଇଁ ଲାଗି ପଡ଼ିଥିଲେ। ଆଉ ଶେଷରେ ଧରା ହେଲା ଅଭିଯୁକ୍ତ ମକୁ। ଆଉ ଗତକାଲି ମକୁକୁ ନେଇ ପୋଲିସ ସିନ ରିକ୍ରିଏସନ କରିବା ସହ ଆଜି ଢେଙ୍କାନାଳ ଏସପି ଏହାକୁ ନେଇ ପ୍ରେସମିଟ କରିଥିଲେ । ପ୍ରେସମିଟରେ କାମାକ୍ଷାନଗର ଏସଡ଼ିପିଓ ଜ୍ଞାନରଞ୍ଜନ ମିଶ୍ର, ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଉପସ୍ଥିତ ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now