ଏକ ତରଫା ପ୍ରେମରେ ନିରାଶ ହେଲା ପରେ ଚରମ ନିଷ୍ପତ୍ତି ନେଲା ପ୍ରେମିକ । ଧାରୁଆ ଅସ୍ତ୍ରରେ ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ । ହତ୍ୟାକାଣ୍ଡ ଭିଆଇ ଫେରାର ପ୍ରେମିକ ଏବେ ପୋଲିସ କବଜ୍ଜାରେ । ବାସୁଦେବପୁର ଓ ସୋର ପୋଲିସର ମିଳିତ ଚଢାଉ ବେଳେ ଚୂଡାମଣୀ ତଳସାହିରୁ ଧରା ପଡିଲା ବିଫଳ ପ୍ରେମିକ ହତ୍ୟାକାରୀ ବିଶ୍ବରଞ୍ଜନ ପୁହାଣ । ସୋର ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା ବିଏ ପାସ ପରେ ଭୂବନେଶ୍ୱର ର ଏକ କମ୍ପାନୀ ରେ କାମ କରୁଥିଲା । ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଚୂଡାମଣୀ ପଞ୍ଚାୟତର ତଳସାହି ଗ୍ରାମର ବିଶ୍ୱରଞ୍ଜନ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳେ ଜ୍ୟୋର୍ତିମୟୀର ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ଜ୍ୟୋର୍ତିମୟୀ ଲିଙ୍ଗପଡା ଘରକୁ ଆସିଥିଲା l ଗତ ଦୁଇଦିନ ତଳେ ଜ୍ୟୋର୍ତିମୟୀ ପରିବାର ପକ୍ଷରୁ ବିଶ୍ୱନାଥ ନାମରେ ମାମଲା ହେବା ପରେ l ଆଜି ବିଶ୍ୱନାଥ ଜ୍ୟୋର୍ତିମୟୀ ଘରେ ପସି ତାର ବେକକୁ ଏକ ତୀକ୍ଷ୍ଣ ଅସ୍ତ୍ରରେ କାଟି ହତ୍ୟା କରିଥିବା ଅଭିଯୋଗ ହୋଇ ଥିଲା । ଫେରାର ପ୍ରେମିକକୁ ଧରିବାକୁ ସୋର ଓ ବାସୁଦେବପୁର ପୋଲିସ ଖୋଜି ବୁଲୁଥିଲେ । ଗତକାଲି ରାତିରେ ପୋଲିସ ଚୂଡାମଣୀ ଏକ ବିଲ ମଝିରୁ ପୋଲିସ ମାଡିବସିଥିଲା । ପୋଲିସ ହାବୁଡରେ ଧରା ପଡିବା ଜାଣି ବିଶ୍ବରଞ୍ଜନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ବିଶ୍ବରଞ୍ଜନକୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now