ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗ୍ରାମରେ ଗୁରୁବାର ବିଳମ୍ୱିତ ରାତିରେ ଗୁଳିକାଣ୍ଡ। ଗୁଳିକାଣ୍ଡରେ ଭାଗମୁଣ୍ଡା ଗ୍ରାମର ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯାଜ୍ଞସେନୀ ମିର୍ଧା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିବା ବେଳେ ଝିଅ ଯାଜ୍ଞସେନୀ ମିର୍ଧାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କିଏ ତାଙ୍କୁ ଗୁଳିକାଣ୍ଡ କରିଛି ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now