ପ୍ରେମ ଓ ପରକୀୟାପ୍ରୀତିର କରୁଣ ପରିଣତି। ମିରଟର ମୁସ୍କାନର କୃରତା ସମସ୍ତେ ଦେଖିଲେ। କେମିତି ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ମର୍ଡର କରି ଡ୍ରମରେ ସିମେଣ୍ଟ ପ୍ଲାଷ୍ଟର କରିଥିଲା, ତାକୁ ନେଇ ସମସ୍ତେ ତାଜୁବ୍। ଜୟପୁରରୁ ଆସିଛି ଏମିତି ଏକ ଅନୁରୂପ ହତ୍ୟାକାଣ୍ଡ। ଗୋପାଳୀ ଦେବୀ ନାମକ ମହିଳା ନିଜଠୁ ୧୨ ବର୍ଷ ସାନ ପ୍ରେମିକ ଦିନଦୟାଲ ସହ ମିଶି ସ୍ୱାମୀ ଧନ୍ନାଲାଲ ସୈନିକୁ ମର୍ଡର କରିଛି। ମର୍ଡର ପରେ ଅଖାରେ ଶବକୁ ପୁରାଇ ବାଇକରେ ଲଦି ଶୂନଶାନ ସ୍ଥାନକୁ ନେଇ ଶବକୁ ପୋଡ଼ି ଦେଇଥିଲେ। ଯେମିତି ଧନ୍ନାଲାଲର ପରିଚୟ କେହି ଜାଣିପାରିବେନି। ଉତ୍ତରାଖଣ୍ଡର କିଛାରେ ବି ଏମିତି ଘଟଣା ଘଟିଛି। ପାରୁଲ ନିଜର ପ୍ରେମିକ ସହ ମିଶି ସ୍ୱାମୀର ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିଛି। ନିଜ ବୟଫ୍ରେଣ୍ଡ୍ ରଇସ୍ ସହ ମିଶି ସ୍ୱାମୀ ହରିଶ ଶୋଇଥିଲା ବେଳେ ତାହାର ମୁହଁ ଓ ଗଳା ଚିପି ହତ୍ୟା କରିଦେଇଛନ୍ତି। ସେଇ ଉତ୍ତରାଖଣ୍ଡର ହରିଦ୍ୱାରରେ ବି ସୁଖପାଲ ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ ଖେଳିଛି। ପତ୍ନୀ ରିତୁ ନିଜର ପ୍ରେମିକ ରିତିକ୍ ସହ ମିଶି ସବୁଦିନ ଲାଗି ସୁଖପାଲକୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲେ। ସୁଖପାଲ ପଞ୍ଜାବରେ ରହି ଚାକିରୀ କରୁଥିଲେ। ତାଙ୍କର ଅନୁପସ୍ଥିତିରେ ରିତିକ୍ ଓ ରିତୁ ନିକଟତର ହୋଇଥିଲେ। ପଞ୍ଜାବରୁ ବାହାନା କରି ଡକାଇଥିଲେ ରିତୁ। ରାସ୍ତାରେ କାରରେ ରିତିକକୁ ରିସିଭ୍ କରିଥିଲା। ଆଉ ବାଟରେ ମଦ ପିଆଇ ଦୁହେଁ ମିଶିକି ଗଳା ଚିପି ହତ୍ୟା କରିଥିଲେ। ତେବେ ମର୍ଡରର ୨୪ ଘଣ୍ଟା ଭିତରେ ଏହି ହତ୍ୟାକାଣ୍ଡର ଖୁଲାସା କରିଛି ପୁଲିସ। ଘାଜିଆବାଦରେ ତ ଶ୍ୱଶୁରକୁ ବୀଭତ୍ସ ହତ୍ୟା କରିଛି ବୋହୂ। କ୍ରିକେଟ ବ୍ୟାଟରେ ପିଟି ନିର୍ମମ ହତ୍ୟା କରିଛି ବୋହୂ। ଘାଜିଆବାଦରେ ବୋହୂ ପ୍ରତି ଖରାପ ନଜର ରଖି ବିଭିନ୍ନ ସମୟରେ ଅଶ୍ଳୀଳ ହରକତ କରୁଆସୁଥିଲେ ଶ୍ୱଶୁର ପାତି ସିଂ। ଆଉ ହରକତ ସୀମା ଉଲ୍ଲଂଘନ କରିବାରୁ ଅତିଷ୍ଠ ହୋଇ ବୋହୂ କ୍ରିକେଟ ବ୍ୟାଟରେ ପିଟି ପିଟି ମାରିଦେଲା। ପୁରା ଉଲଗ୍ନ ଅବସ୍ଥାରେ ମୃତ ଦେହ ପଡ଼ିଥିଲା ଚଟାଣରେ। ମୃତ ପାତି ସିଂ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଥିଲେ। ଶୁକ୍ରବାର ରାତିରେ ୬୮ ବର୍ଷୀୟ ପାତିଙ୍କୁ ହତ୍ୟା କରାଯାଇଛି। ପାତିଙ୍କ ପତ୍ନୀଙ୍କ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇସାରିଛି। କରୋନା ବେଳେ ପୁଅ ଜିତେନ୍ଦ୍ରର ବି ମୃତ୍ୟୁ ହୋଇଛି। ତେବେ ଆରମ୍ଭରୁ ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ ବୋଲି ଧରିନେଇ ତଦନ୍ତକୁ ଆଗେଇଥିଲା ପୁଲିସ। ଯୌନଲାଳସା କେଉଁଠି ତ କେଉଁଠି ପରକୀୟାପ୍ରୀତି। ଏହାର ପରିଣାମ କେତେ ଭୟଙ୍କର, ଏଇ ଗୋଟିଏ ଗୋଟିଏ ଘଟଣା ହିଁ ମୂକସାକ୍ଷୀ। ସମାଜରେ ବ୍ୟକ୍ତିର ଆଚରଣ କେଉଁ ସ୍ତରକୁ ଖସିଗଲାଣି। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now