ଦିଲ୍ଲୀ ସାକେତ୍ କୋର୍ଟ୍ ଲକଅପ୍ ମଧ୍ୟରେ ବିଚାରାଧୀନ କଏଦୀକୁ ହତ୍ୟା। କୋର୍ଟ କମ୍ପ୍ଲେକ୍ସର ଲକଅପ୍ ମଧ୍ୟରେ ଏହି ଲୋମହର୍ଷକ ଘଟଣା ଘଟିଛି। ବିଚାରାଧୀନ ଅଭିଯୁକ୍ତ ୨୪ ବର୍ଷୀୟ ଅମନକୁ ତାଙ୍କର ଦୁଇ ସହ ଅଭିଯୁକ୍ତ ଜୟଦେବ ଓ ଜିତେନ୍ଦ୍ର ମିଶି ହତ୍ୟା କରିଦେଇଛନ୍ତି।ହତ୍ୟାକାରୀ ଦୁଇଜଣ ଆଗରୁ ଅମନଙ୍କ ସହିତ ତିହାର ଜେଲ୍ର ସେଲ ନମ୍ୱର ୮ରେ ଥିଲେ। ଘଟଣା ସମୟରେ ସମସ୍ତଙ୍କୁ ଗୋଟିଏ ଲକଅପ୍ରେ ରଖାଯାଇଥିଲା। ଆକ୍ରମଣକାରୀମାନେ ପ୍ରଥମେ ଅମନଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ। ତା ପରେ ତାଙ୍କୁ ପାଦରେ ଗଳା ଚିପି ହତ୍ୟା କରିଛନ୍ତି। ଅମନକୁ ଏକ ଆଟେମ୍ପ୍ଟ୍ ମର୍ଡର୍ କେସ୍ ଅଭିଯୋଗରେ କୋର୍ଟକୁ ନିଆଯାଇଥିଲା। ଘଟଣା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ପଛରେ ପୁରୁଣା ଶତ୍ରୁତା ଥିବାର ସନ୍ଦେହ କରାଯାଉଛି। ୨୦୨୪ରେ ଅମନ୍ ଜିତେନ୍ଦ୍ର ଓ ତାଙ୍କ ଭାଇଙ୍କୁ ଛୁରାରେ ଆକ୍ରମଣ କରିଥିଲା। ଦିଲ୍ଲୀ ପୋଲିସ ହତ୍ୟା ମାମଲା ରୁଜୁ କରିଛି ଓ ଅନୁସନ୍ଧାନ ଜାରି ରହିଛି। କୋର୍ଟ୍ ପରିସରରେ ଆରୋପୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now