ନୂଆ ବର୍ଷରେ ଯୁବକଙ୍କୁ ହତ୍ୟା । ବୋରିଗୁମ୍ମା ବ୍ଲକ ବି ସିଂହପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସାଙ୍ଗ ସାଥି ମିଶି ଦିନରେ ଏବଂ ରାତିରେ ପିକନିକ କଲେ । ଆଉ ସକାଳୁ ସକାଳୁ ଘର ବାଡ଼ି ପଟେ ଚାଷ ଜମିରେ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଲା ଯୁବକଙ୍କ ଶବ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିସିଂହପୁର ଥାନା ନକୁଳ ଗୁଡା ଗାଁ ରେ। ମୃତ ଯୁବକ ହେଲେ ଜଗନ୍ନାଥ ମାଝୀ। ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ।। ଜଗନ୍ନାଥ ମାଝୀ ନୂଆ ବର୍ଷରେ ସାଙ୍ଗ ସାଥି ସହ ଦିନରେ ଏବଂ ରାତିରେ ଭୋଜି ଭାତ କରି ଖାଇଥିଲେ।ରାତି ଭୋଜି ସରିବା ପରେ ଘରକୁ ଆଉ ଫେରି ନଥିଲେ ଜଗନ୍ନାଥ। ଆଜି ଭୋର୍ ସକାଳୁ ସକାଳୁ ଜଗନ୍ନାଥଙ୍କ ମାଆ ଜଗନ୍ନାଥ ଙ୍କୁ ଘରେ ନ ପାଇ ଖୋଜାଖୋଜି କରିଥିଲେ। ଘର ପଛପଟେ ପରିବା ବାଡ଼ି ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗନ୍ନାଥ ଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜଗନ୍ନାଥଙ୍କ ମାଆ ଗାଁ ଲୋକଙ୍କୁ ଖବର ଦେବା ପରେ ଗାଁ ଲୋକେ ବିସିଂପୁର ଥାନା ପୋଲିସଙ୍କୁ ଖବର ଦେଇଥିଲେ । ପରେ ବିସିଂହପୁର ପୋଲିସ ଓ ବୋରିଗୁମ୍ମା SDPO ତପସ୍ୱିନୀ କଅର ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସେପଟେ ଅଭିଯୁକ୍ତ ଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇ ପରିବାର ଲୋକେ ଦାବି କରିଛନ୍ତି । ସାଇଣ୍ଟିଫିକ ଟିମ ଆସିବା ପରେ ତଦନ୍ତ ଅଧିକ ହେବ ବୋଲି ବୋରିଗୁମ୍ମା SDPO ତପସ୍ପିନି କଅର ସୂଚନା ଦେଇଛନ୍ତି । ନୂଆ ବର୍ଷ ଆରମ୍ଭ ରୁ ପ୍ରଥମ FIR ରୁଜୁ କରି ଘଟଣାର ଛାନ ଭିନ ଆରମ୍ଭ କଲା ବି ସିଂହପୁର ପୋଲିସ ।
ତେବେ କେଉଁ କାରଣରୁ ଜଗନ୍ନାଥ ଙ୍କୁ ନୂଆ ବର୍ଷ ଭଳି ଦିନରେ କେଉଁ ପରିସ୍ଥିତି ପାଇଁ ହତ୍ୟା କରାଯାଇଛି ପୋଲିସ ର ଅଧିକ ତଦନ୍ତ ପରେ ଜଣା ପଡ଼ିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now