ଫେସବୁକ ଫ୍ରେଣ୍ଡ ରୀକୱେଷ୍ଟ ଗ୍ରହଣ ନକରିବାରୁ ନାବାଳିକା କୁ ହତ୍ୟା…

Spread the love

ଚାରିଆଡେ ଫେସବୁକ ମାନିଆ । ଯୁବକ ଯୁବତୀ ଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଫେସବୁକ ଆକାଉଣ୍ଟ ଖୋଲିବାରେ ବ୍ୟସ୍ତ । ଖାଲି ସେତିକି ନୁହେଁ ହିରୋ ହିରୋଇନ ଙ୍କ ଫୋଟୋ ଦେଇ ଛଦ୍ମ ନାମରେ ଆକାଉଣ୍ଟ ଖୋଲି ଫ୍ରେଣ୍ଡ ସଂଙ୍ଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମସ୍ତେ ବାୟା । କାରଣ ଫ୍ରେଣ୍ଡ ବଢିଲେ ଲାଇକ ଓ କମେଣ୍ଟ ବଢିବ । ବିନା ପଇସାରେ ଫେସବୁକ ପ୍ରଚାର ଓ ପ୍ରାସର ଭଲ ମାଧ୍ୟ୍ୟମ । ଫେସବୁକ ରେ ପ୍ରେଣ୍ଡ ରୀକୱେଷ୍ଟ ଗ୍ରହଣ ନକରିବାରୁ ନାବାଳିକା କୁ ହତ୍ୟା । ଉତ୍ତରପ୍ରଦେଶ ମଥୁରା ୧୬ ବର୍ଷ ଝିଅ କୁ ଫ୍ରେଣ୍ଡ ରିକ୍ୟୁଷ୍ଟ ଗ୍ରହଣ ନକରିବା ମହଙ୍ଗା ପଡିଲା । କାହିଁକି ବନ୍ଧୁ ହେଲେ ନାହିଁ ସେଥିପାଇଁ ହତ୍ୟା କଲେ।

ମୁଜାଫରନଗର ନାଗଲାଭୋରା ଗାଁ ରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଙ୍କ ଘର ମୁଜାଫରନଗର। ଅଭିଯୁକ୍ତ ରବି ହାତରେ ବାହାଘର କାର୍ଡ ନେଇ ଝିଅ ଘରକୁ ଯାଇଥିଲେ । ହାତରେ କାର୍ଡ ଦେଖି ରବି ପାଖକୁ ଝିଅ ଆସିବା ସମୟରେ ଛୁରୀ ଭୁଷିଲେ । ସେହି ସମୟରେ ଝିଅ କୁ ବଞ୍ଚାଇବା ପାଇଁ ଆସିବା ସମୟେର ମା ମଧ୍ୟ୍ୟ ଆକ୍ରମଣର ଶିକାର ହେଲେ ।ଏହା ପରେ ମାନିକ ଭାରସାମ୍ୟ ହରାଇ ଘାବରେଇଗଲେ ଯୁବକ ଜଣଙ୍କ । ନିଜକୁ ମାରିବା ପାଇଁ ଚାହିଁଲେ । ଝିଅ ର ବାପା ତେଜବୀର ସିଂ କହିଛନ୍ତି ବନ୍ଧୁତା ଗ୍ରହଣ ନକରିବା ପାଇଁ ଏପରକି ପରିସ୍ଥତି ହୋଇଛି ।ସୁନୀତି ଓ ରବି ବର୍ତ୍ତମାନ ଡାକ୍ତରଖାନାରେ ଚିତ୍କିସିତ ହେଉଥିବା ସର୍କଲ ଫିସର ଧମେନ୍ଦ୍ର ଚୌହାନ କହିଛନ୍ତି ।

ତେଜବୀର ସିଂ ଫରିଦାବାଦ୍ ଫ୍ୟାକଟ୍ରି ରେ ସିକ୍ୟୁରିଟି ପର୍ସନାଲ ଭାବରେ କାର୍ଯ୍ୟ କରନ୍ତି । ଏଥିରୁ ଜଣାପଡୁଚି ଆଜିକାଲି ପରିସ୍ଥିତି ଯାହା ହେଲାଣି ଯୁବ ପୀଢି କିଛି ବି କରିପାରନ୍ତି ନିଜ ଇଛାରେ । ସେଥିପାଇଁ ସମସ୍ତେ ସଚତେନ ରହିବା ସତର୍କ ରହିବା ନଚେତ କେତେବେଳେ ମୁଲ୍ୟବାନ ଜୀବନ ଚାଳିଯିବ କେହି ଦାୟୀ ରହିବେ ନାହିଁ ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *