ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଅଭିଯୋଗ

Spread the love

ଜୟପୁର : ଗୁଣିଗାରେଡ଼ି ସନ୍ଦେହରେ ବର୍ବର କାଣ୍ଡ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା କାଠପୋଡା ପଞ୍ଚାୟତ ଅନ୍ତର୍ଗତ ଧନିବାଲସା ଗାଁ ନିକଟରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି କରୁଥିବା ସନ୍ଦେହରେ ଧନିବାଲସା ଗ୍ରାମର ମହାଦେବ ଖରାଙ୍କୁ ଟାଙ୍ଗିଆରେ ହାଣି ଦୁବୁର୍ତମାନେ ହତ୍ୟା କରିଛନ୍ତି । ଏନେଇ ବୈପାରୀଗୁଡା ଥାନାରେ ମହାଦେବଙ୍କ ସ୍ତ୍ରୀ ମଙ୍ଗୁଳି ଖରା ଏତଲା ଦେଇଛନ୍ତି । ଦୁବୁର୍ତମାନଙ୍କ ଆକ୍ରମଣରେ ମଙ୍ଗୁଳି ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଗାଁରେ ପାଞ୍ଚ ମାସ ମଧ୍ୟରେ ପାଞ୍ଚ ଜଣକ ମୃତ୍ୟୁ ଘଟିସାରିଛି । ପୁଣି ଗତ କାଲି ଉକ୍ତ ଗ୍ରାମର ବାଳରାମ ଖରାଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଗାଁ ରେ ମହାଦେବ ଗୁଣିଗାରିଡି କରୁଥିବା ସନ୍ଦେହ କରି ଗ୍ରାମବାସୀ ସଂଘବଦ୍ଧଭାବେ ମହାଦେବଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଅଟକାଇବାକୁ ଯାଇ ସ୍ତ୍ରୀ ମଙ୍ଗୁଳିଙ୍କ ହାତରେ ଟାଙ୍ଗିଆ ଚୋଟ ବାଜି ସେ ଆହତ ହୋଇଛନ୍ତି । ଏନେଇ ବୈପାରୀଗୁଡା ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁବୁର୍ତ୍ତ ମାନେ ଫେରାର ଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *