ବୟଫ୍ରେଣ୍ଡକୁ ଲୋକେସନ ଦେଇ ସ୍ୱାମୀକୁ ମର୍ଡର କଲେ ପତ୍ନୀ

ବଏଫ୍ରେଣ୍ଡକୁ ଲୋକେସନ ପଠାଇ ସ୍ୱାମୀଙ୍କୁ ମର୍ଡର କଲେ ପତ୍ନୀ। ଏପ୍ରିଲ ୬ରେ ଜାମନଗରରେ ଏକ ସଡ଼କ ଦୁର୍ଘଟଣାରେ ୩୦ ବର୍ଷୀୟ ରବି ଧୀରଜଲାଲା ମରକାନାଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପଛରେ ଆଉ କେହି ନୁହେଁ। ରବିଙ୍କ ପତ୍ନୀ ହିଁ ମାଷ୍ଟରମାଇଣ୍ଡ୍ ଥିଲେ। ପତ୍ନୀ ରିଙ୍କଲ ଓ ତାଙ୍କର ପ୍ରେମିକ ଅକ୍ଷୟ ଡାଙ୍ଗରିଆଙ୍କୁ ଗିରଫ କରିଛି ପୁଲିସ। ଋଣ ଭାଲୁଏସନ ଅଫିସର ଭାବେ କାମ କରୁଥିଲେ ରବି। ବିରାରଖି ଡ୍ୟାମ୍ ପାଖରେ ନିଜ ବୁଲେଟରେ ଯାଉଥିଲା ବେଳେ ଏକ ଏସୟୁଭି ଗାଡ଼ି ତାଙ୍କୁ ଟକ୍କର ମାରିଥିଲା। ଏଥିରେ ରବିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଡାକ୍ତରଖାନାରେ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇସାରିଥିଲା। ପୁଲିସ ଯାଞ୍ଚରୁ ଜଣାପଡ଼ିଛି ଯେ, ଗଲା ବର୍ଷେ ହେଲା ରବିକୁ ମାରିବାକୁ ପ୍ଲାନ୍ କରିଥିଲା ରିଙ୍କଲ। ରବିଙ୍କ ପିତା ଯେତେବେଳେ ଘଟଣା ବାବଦରେ ରିଙ୍କଲକୁ ପଚାରିଥିଲେ, ସେତେବେଳେ ରିଙ୍କଲ ଭାଙ୍ଗିପଡ଼ିଥିଲେ। ଏଥିରୁ ପୁଲିସର ସନ୍ଦେହ ହୋଇଥିଲା। ରିଙ୍କଲ ନିଜ ପ୍ରେମିକ ଅକ୍ଷୟଙ୍କୁ ରବିଙ୍କ ଲୋକେସନ ପଠାଇଥିଲା। ଆଉ ଅକ୍ଷୟ ନିଜ କମ୍ପାସ୍ ଜିପରେ ପିଛା କରି ବୁଲେଟକୁ ଟକ୍କର ମାରିଥିଲା। ରିଙ୍କଲ ଓ ଅକ୍ଷୟଙ୍କ ଭିତରେ ଲମ୍ୱା ସମୟ ଧରି ଆଫାୟାର୍ ଥିଲା। ଏହାକୁ ନେଇ ରବି ଓ ରିଙ୍କଲଙ୍କ ଭିତରେ ଝଗଡ଼ା ହୁଏ। ଆଉ ଏହି ଝଗଡ଼ା ଶେଷରେ ରବିର ଜୀବନ ନେଇଗଲା। ପୁଲିସ ତଦନ୍ତରୁ ଏ କଥା ବି ଜଣାପଡ଼ିଥିଲା ଯେ, ରିଙ୍କଲଙ୍କୁ ରବି ଛାଡ଼ପତ୍ର ବି ଦେଇଥିଲେ। ରିଙ୍କଲ ବି ଛାଡ଼ପତ୍ର ନେବାକୁ ଚାହୁଁଥିଲେ। ରବି ଓ ରିଙ୍କଲଙ୍କ ୮ ବର୍ଷ ହେଲା ବିବାହ କରିଥିଲେ। ଏମାନଙ୍କର ୪ ବର୍ଷର ପୁଅଟି ବି ଅଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *