କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ନୂଆମୁଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶନିବାର ରାତି ରେ ପତ୍ନୀର ଗଳାକାଟି ହତ୍ୟା କରିଛି ସ୍ବାମୀ l ପାରିବାରିକ ଗଣ୍ଡଗୋଳରୁ ଏଭଳି ନୃସଂଶ ଘଟଣା ଦେଖିବାକୁ ମିଳିଛି। ସ୍ବାମୀ ଚନ୍ଦ୍ରକାନ୍ତ ବେହେରଦଳେଇ ଓ ପତ୍ନୀ ମଧୁ ବେହେରଦଳେଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିଲା ଗଣ୍ଡ ଗୋଳ। ଏଥିରେ ଉତ୍କ୍ଷିପ୍ତ ହୋଇ ଚନ୍ଦ୍ରକାନ୍ତ ଏକ ଧାରୁଆ ଅସ୍ତ୍ରରେ ପତ୍ନୀ ମଧୁଙ୍କ ଗଳାକୁ କାଟି ଦେଇଥିଲା। ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ମଧୁଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସ୍ବାମୀ ଚନ୍ଦ୍ରକାନ୍ତ ଫେରାର ନିମନ୍ତେ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ କାବୁ କରି ତୁମୁଡ଼ିବନ୍ଧ ପୁଲିସକୁ ହସ୍ତାନ୍ତର କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now