ହାର୍ଡକୋର୍ ମାଓବାଦୀ ହିଡ଼ିମା ଗିରଫ

ଦୁର୍ଦ୍ଦାନ୍ତ ମାଓବାଦୀ ହିଡିମା ଗିରଫ। ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପେଟଗୁଡ଼ା ଜଙ୍ଗଲରୁ ଗିରଫ ହୋଇଛି ହାର୍ଡକୋର ମାଓବାଦୀ କୁଞ୍ଜମ ହିଡ଼ିମା ଓରଫ ମୋହନ। ଏ ନେଇ କୋରାପୁଟ ଏସପି ରୋହିତ ବର୍ମା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ହିଡ଼ିମାର ଘର ଛତିଶଗଡ଼ ବିଜାପୁର ଜିଲ୍ଲା ଜାନାଗୁଡ଼ା ଗାଁରେ। ତାକୁ ଧରିବାକୁ ୪ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା ହୋଇଥିଲା। ହିଡ଼ିମା କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ଼ ମାଓ ହିଂସାକାଣ୍ଡରେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଂଗଠନରେ ସାମିଲ ହୋଇଥିଲା ହିଡ଼ିମା। ହିଡ଼ିମା ଧରାପଡ଼ିବା ପରେ ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୁଲିସକୁ ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି। ଏକେ-୪୭ ବନ୍ଧୁକ, ୩୫ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମାଗାଜିନ୍, ୨୭ଟି ଡିଟୋନେଟର, ୯୦ଟି ତାରବିହୀନ ଡିଟୋନେଟର, ପାଉଡ଼ର,ଷ୍ଚିଲ ଟିଫିନ ବାକ୍ସ, ଓ୍ୱାକିଟକି, ରେଡ଼ିଓ, ଇଅର ଫୋନ୍, ଛୁରୀ, ମାସ୍କ, ଟର୍ଚ୍ଚ, ମାଓ ପୁସ୍ତକ, ମେଡିସିନ, ପୋଷାକ ଆଦି ମାଓ ସାମଗ୍ରୀ ଜବତ ହୋଇଛି। ଛତିଶଗଡ଼ ସରକାର ବି ୮ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଥିଲା। ଛତିଶଗଡ଼, ଆନ୍ଧ୍ର ଓ ଓଡ଼ିଶାରେ ମାଓ ହିଂସାକାଣ୍ଡରେ ହିଡ଼ିମାର ସ୍ୱାକ୍ଷର ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *