ସୁରକ୍ଷାକର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ । ଯବାନ- ନକ୍ସଲ ଗୁଳି ବିନିମୟ । ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ – ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାରେ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ। CRPFର 206 କୋବ୍ରା ବାଟାଲିୟନ ଉପରେ ମାଓବାଦୀଙ୍କ ଆଖିବୁଜା ଗୁଳି ବର୍ଷା। ମାଓବାଦୀ ଗୁଳିରେ ଦୁଇ ଯବାନ ଗୁରୁତର। ଯବାନଙ୍କୁ ଚିକିତ୍ସା ପାଇଁ ଜଗଡଲପୁର ମେଡିକାଲ ପଠାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now