କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୁଇ ଭଣଜାଙ୍କ ଭିତରେ ଗୁଳିକାଣ୍ଡରୁ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଭଣଜା ଗୁରୁତର ଆହତ ହୋଇଛନ୍ତି। ପାଣିକୁ ନେଇ ଦୁଇ ଭାଇ ବିଶ୍ୱଜିତ ଓ ଜୟଜିତଙ୍କ ଭିତରେ ବିବାଦ ଥିଲା। ଯୁକ୍ତିତର୍କ ଓ କଥା କଟାକଟିରୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଛି। ଜୟଜିତ ଓ ତାଙ୍କ ମାଆ ହୀନା ଦେବୀ ଆହତ ହୋଇଛନ୍ତି। ଆହତ ମାଆ ପୁଅଙ୍କୁ ଭାଗଲପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ନଓଗଛିଆରେ ଏହି କାଣ୍ଡ ଘଟିଛି। ହୀନା ଦେବୀଙ୍କ ହାତରେ ଗୁଳି ବାଜିଛି। ମୃତ ବିଶ୍ୱଜିତ ଯାଦବ ଓ ଜୟଜିତ ଯାଦବ ଦୁହେଁ ଜଗତପୁର ଗାଁରେ ଗୋଟିଏ ଘରେ ଏକାଠି ରହୁଥିଲେ। ବିଶ୍ୱଜିତ ବଡ଼ ଓ ଜୟଜିତ ସାନ। ଦୁହେଁ ଚାଷ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ନଳ ପାଣିକୁ କେନ୍ଦ୍ର କରି ବିବାଦରୁ ଦୁହିଁଙ୍କ ଭିତରେ ମାଡପିଟ୍ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିଶ୍ୱଜିତକୁ ଫାୟାରିଂ କରିଥିଲା ଜୟଜିତ୍। ହସ୍ପିଟାଲକୁ ନେବା ବାଟରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଛି। ଜୟଜିତ ବି ଗୁରୁତର ଆହତ ହୋଇଛି। ଗାଁରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି। ଏସପି ପ୍ରେରଣା କୁମାରୀ କହିଛନ୍ତି, ଯେତେବେଳେ ଦୁଇ ଭାଇଙ୍କ ଭିତରେ ଝଗଡ଼ା ହେଉଥିଲା, ସେତେବେଳେ ଝଗଡ଼ା ତୁଟାଇବାକୁ ଏମାନଙ୍କ ମା ମଝିରେ ପଶିଥିଲେ। ଏଥିରେ ହୀନାଙ୍କ ହାତକୁ ଗୁଳି ବାଜିଥିଲା। ଘଟଣାସ୍ଥଳରୁ ଗୋଟିଏ ଖୋକା ଓ ଅଫୁଟା ଗୁଳି ଜବତ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now