ଲଭ୍‌ ମ୍ୟାରେଜର ୨୪ଘଣ୍ଟା ଭିତରେ ଅନରକିଲିଂ

ଅନର କିଲିଂ। ଗ୍ରେଟର ନୋଏଡ଼ାରେ ନେହା ରାଠୋର ମାର୍ଚ୍ଚ ୧୧ରେ ବୟଫ୍ରେଣ୍ଡ୍ ସୁରଜ ସିଂଙ୍କ ସହ ଘାଜିଆବାଦର ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ଏ ଖୁସି ୨୪ ଘଣ୍ଟା ଭିତରେ ବୁଜିଗଲା। ନେହାଙ୍କ ବାପା ଭାନୁ ରାଠୋର ଓ ତାଙ୍କ ଭାଇ ହିମାଂଶୁ ନେହାକୁ ହତ୍ୟା କରି ତାଙ୍କର ଶବ ଜଳାଇଦେଲେ। ଦୁଇ ଅଭିଯୁକ୍ତ ବାପା-ପୁଅକୁ ଗିରଫ କରିଛି ପୁଲିସ। ବେକରେ ଓଢ଼ଣୀରେ ଚିପି ମାରିଦେଲା ଭାଇ। ଆଉ ବାପା ଏଥିରେ ସହଯୋଗ କରିଥିଲା। ବାପାର ଗୋଡ଼ ଧରିଥିଲା ଝିଅଟି। କାକୁତିମିନତି ହୋଇଥିଲା ଛାଡ଼ିଦେବାକୁ। ହେଲେ ନରପିଶାଚ ବାପା ତରଳିନଥିଲା। ୨ ମିନିଟ୍ ଧରି ଛଟପଟ ପରେ ସବୁଦିନ ଲାଗି ଆଖି ବୁଜିଦେଲା ନେହା। ଗାଁ ଲୋକଙ୍କୁ କାଳେ ଜାଣିଦେବେ। ସେଥିଲାଗି ତରବର ହୋଇ ଶବକୁ ସଂସ୍କାର କରିଦେଇଥିଲେ। କିନ୍ତୁ ନେହାର ବୟଫ୍ରେଣ୍ଡ୍ ଥାନାକୁ ଯାଇ ନିଜ ବିବାହ ଓ ନେହାଙ୍କ ସନ୍ଦିଗ୍ଧ ମୃତ୍ୟୁ ବାବଦରେ ଜଣାଇବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ତଦନ୍ତର ୩ ଘଣ୍ଟା ଭିତରେ ହିଁ ହତ୍ୟାକାରୀ ବାପା-ପୁଅକୁ ଧରିଥିଲା ପୁଲିସ। ନେହା ଓ ତାଙ୍କ ବୟଫ୍ରେଣ୍ଡ ଭିତରେ ୮ ବର୍ଷ ହେଲା ପ୍ରେମସମ୍ପର୍କ ଥିଲା। ଦୁହିଁଙ୍କ ମିଳାମିଶା, କଥାବାର୍ତ୍ତାକୁ ବିରୋଧ କରୁଥିଲେ ନେହାଙ୍କ ପରିବାର। ଏପରିକି ନେହାଙ୍କୁ ଘରୁ ବାହାରିବାକୁ ବାରଣ କରିଦେଇଥିଲେ ପରିବାର। ଏ ସବୁ ପ୍ରତିବନ୍ଧକକୁ ଭୃକ୍ଷେପ ନ କରି ଦୁଇ ପ୍ରେମୀ ଗଲା ମାର୍ଚ୍ଚ ୧୧ରେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିନେଇଥିଲେ। ଏହା ପରେ ଝିଅ ନିଜ ଘରକୁ ଫେରିଆସିଥିଲା। କିନ୍ତୁ ଝିଅ ବିବାହ କରିସାରିଲାଣି ବୋଲି ଜାଣିବା ପରେ ପରିବାରବର୍ଗର ରାଗ ପଞ୍ଚମକୁ ଉଠିଥିଲା। ଶେଷରେ ବାପା-ପୁଅ ଏକାଠି ହୋଇ ନେହାକୁ ମାରିଦେଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *