୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଆତ୍ମସାତ୍ ମାମଲା : ପ୍ରଧାନ ଶିକ୍ଷୟିତ୍ରୀ ଗିରଫ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ରହିଥିବା ଶାନ୍ତିଲତା ସାହୁ ୭ ଲକ୍ଷ ୧୨ ହଜାର ୭୩୦ ଟଙ୍କା ଆତ୍ମସାତ୍ କରି ଫେରାର୍ ହୋଇଯାଇଥିଲେ । ବେଲଗୁଣ୍ଠା ଥାନାରେ ଏ ସଂକ୍ରାନ୍ତରେ କେସ୍ ନଂ ୨୭୧/୨୩ ରୁଜ୍ଜୁ ପରେ ପୋଲିସ ତାଙ୍କୁ ଗିରଫ କରିବାକୁ ଛାନଭିନ୍ ଜାରୀ ରଖିଥିଲା । ଭୁବନେଶ୍ଵରର ଜଣେ ସମ୍ପର୍କିୟଙ୍କ ଘରେ ସେ ଆତ୍ମଗୋପନ କରିଥିବା ପୋଲିସ ଜାଣିବା ପରେ ଚଢ଼ଉ କରି ତାଙ୍କୁ ସେଠାରୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *