ପୁଣି ଧମକପୂର୍ଣ୍ଣ ମେଲ୍ କରିଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । ଏଥର ଟାର୍ଗେଟରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଆତଙ୍କବାଦୀ ହତ୍ୟାର ବଦଲା ନେବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି। ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଭିଡିଓ ମାଧ୍ୟମରେ ମେସେଜ ଆସିଥିବା ସୂଚନା ମିଳିଛି। ଏହାସହ ପ୍ରବାସୀଙ୍କୁ ଭୁବନେଶ୍ୱର ନ ଆସିବାକୁ କୁହାଯାଇଛି। ତେବେ ଏହାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି। ଏହା ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଚାଲିଥିବା ଡିଜିପି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରିଥିଲା। ତେବେ ଲଗାତାର ଏଭଳି ଧମକପୂର୍ଣ୍ଣ ମେଲ ଆସିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now