ପାର୍କିଂ ବିବାଦରୁ ମର୍ଡର

ପାର୍କିଂ ବିବାଦରୁ ମର୍ଡର। ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ଦାଦା ପୁଅ ଭାଇକୁ ମର୍ଡର। ଦିଲ୍ଲୀର ନିଜାମୁଦ୍ଦିନରେ ପାର୍କିଂ ବିବାଦରୁ ହୁମାଙ୍କ ଭାଇ ଆସିଫ କ୍ୟୁରେସିଙ୍କୁ ଦୁଇ ଜଣ ଛୁରୀ ଭୁଷି ହତ୍ୟା କରିଛନ୍ତି। ପୁଲିସ ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଜଙ୍ଗପୁରା ଭୋଗଲ ବଜାରରେ ଏହି ଅଘଟଣ ଘଟିଛି। ଗୁରୁବାର ବିଳମ୍ୱିତ ରାତିରେ ସ୍କୁଟିକୁ ଗେଟ୍ ଆଗରୁ ହଟାଇ ସାଇଡରେ ଲଗାଇଦେବାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ବିବାଦରୁ ବଚସା ଓ ପରେ ଆକ୍ରମଣକାରୀ ଆସିଫଙ୍କୁ ଛୁରା ମାଡ଼ କରିଥିଲେ। ଗୁରୁତର ଆହତ ଆସିଫଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତକଙ୍କ ପତ୍ନୀଙ୍କ କହିବା କଥା, ମାମୁଲି କଥାକୁ ନେଇ ଦୁର୍ବୃତ୍ତ ତାଙ୍କୁ ବୀଭତ୍ସ ହତ୍ୟା କରିଦେଲେ। ପୂର୍ବରୁ ବି ପାର୍କିଂକୁ ନେଇ ତାଙ୍କ ସ୍ୱାମୀଙ୍କ ସହ  ଅଭିଯୁକ୍ତଙ୍କ ଝଗଡ଼ା ହୋଇଥିଲା। କାମରୁ ଫେରି ଘର ଆଗରେ ଦେଖିଥିଲେ ଯେ, ପଡ଼ୋଶୀଙ୍କ ସ୍କୁଟି ଛିଡ଼ା ହୋଇଛି। ଏହାକୁ ହଟାଇବାକୁ ପଡ଼ୋଶୀଙ୍କୁ କହିଥିଲେ। କିନ୍ତୁ ପଡ଼ୋଶୀ ସ୍କୁଟି ହଟାଇବା ବଦଳରେ ତାଙ୍କୁ ଗାଳିଗୁଲଜ କରିଥିଲେ ଓ ଧାରୁଆ ଅସ୍ତ୍ରରେ ଭୁଷି ଦେଇଥିଲେ। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କଠୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତ ଦୁଇ ଭାଇଙ୍କ ନାଁ ଗୌତମ ଓ ଉଜ୍ୱଳ। ଉଜ୍ୱଳଙ୍କ ବୟସ ୧୯ ଓ ଗୌତମଙ୍କ ବୟସ ୧୮। ଉଜ୍ୱଳ ଆଗ ଆକ୍ରମଣ କରିଥିଲା। ତେବେ ଏହି ମର୍ଡର ମାମଲାରେ ଆଉ ଜଣେ ଝିଅର ନାଁ ବି ସାମ୍ନାକୁ ଆସିଛି। ଝିଅର ନାଁ ଶୈଲି। ଶୈଲି ଆକ୍ରମଣ କରିବାକୁ କୁଆଡ଼େ ଉସୁକାଇଥିଲେ। ଆସିଫଙ୍କ ଶବ ବ୍ୟବଛେଦ ଲାଗି ପଠାଯାଇଛି। ହୁମାଙ୍କ ବାପା ସଲିମ କ୍ୟୁରେସି ନ୍ୟାୟ ମାଗିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଲାଗି ଦାବି କରିଛନ୍ତି। ଆସିଫଙ୍କ ବୟସ ୪୨। ସେ ରେଷ୍ଟୁରାଣ୍ଟକୁ ଚିକେନ୍ ସପ୍ଲାଏ କରୁଥିଲେ। ଆସିଫଙ୍କ ଦୁଇ ପତ୍ନୀ ଅଛନ୍ତି। ସ୍କୁଟି ପାର୍କିଂକୁ ନେଇ ମର୍ଡର। ସାମାନ୍ୟ କଥାରୁ ଚାଲିଗଲା ଜଣଙ୍କ ଜୀବନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *