ପୀତବାସ ମର୍ଡର ମିଷ୍ଟ୍ରି- ପେଶାଗତ ନା ବ୍ୟକ୍ତିଗତ?

ପୀତବାସ ପଣ୍ଡା ହତ୍ୟା ମାମଲାରେ ଅପରାଧୀଙ୍କୁ ଧରିବାକୁ ଗଠନ ହେଲା ୬ଟି ଟିମ୍। ଦୁଇ ଜଣ ଡିଏସପିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ହେଉଛି। ସହରର ବିଭିନ୍ନ ସ୍ଥାନରେ ଥିବା ୫୦ରୁ ଅଧିକ ସିସିଟିଭି କ୍ୟାମେରାକୁ ଯାଞ୍ଚ ହୋଇଛି। ଅତି ଶୀଘ୍ର ଅପରାଧୀଙ୍କ ପାଖରେ ପୁଲିସ ପହଞ୍ଚିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଓ ପେଶାଗତ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି। ଓକିଲ ସଂଘ ବି ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଦୋଷୀଙ୍କୁ ତୁରନ୍ତ ଗିରଫ, ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ ଓ ଦୃଷ୍ଟାନ୍ତମୂଳକ ଆକ୍ସନ ଦାବି କରିଛି। ସେପଟେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଡାକିଥିଲେ ଉଚ୍ଚସ୍ତରୀୟ ବୈଠକ। ଗୃହ ସଚିବ, ପୁଲିସ ଡିଜି, ଗୁଇନ୍ଦା ନିର୍ଦେଶକ ଓ ସିପିଙ୍କୁ ନେଇ ହୋଇଥିଲା ସମୀକ୍ଷା। ଅପରାଧୀ ଓ ଅରାଜକତତ୍ତ୍ୱଙ୍କୁ ସାବାଡ଼ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଟକ ହିଂସାରୁ ନେଇ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଯାଏ, ସବୁ ଘଟଣାର ଅପଡେଟ୍ ମାଗିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ପୀତବାସ ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିଛନ୍ତି ଆଇନଜୀବି। ଆସାମୀଙ୍କୁ ତୁରନ୍ତ ଗିରଫ ଓ କଡ଼ା କାର୍ଯାନୁଷ୍ଠାନ, ଆଇନଜୀବି ସୁରକ୍ଷା ଆକ୍ଟକୁ ତୁରନ୍ତ ଲାଗୁ, ପୀତବାସଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧ କୋଟି ଟଙ୍କା ଦାବି କରିଛି ରାଜ୍ୟ ବାର୍ କାଉନସିଲ୍। ସାରା ଓଡ଼ିଶାରେ ୫୫ହଜାର ଓକିଲ କଲମଛାଡ଼ କରିଛନ୍ତି। ଓକିଲ ସଂଘ କହିଛି, ପୀତବାସଙ୍କୁ ହତ୍ୟା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ଏ ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସଂଘ। ପୀତାବାସ ହତ୍ୟାକାଣ୍ଡ ପଛର ରହସ୍ୟ କଅଣ। କୌଣସି ସୁପାରୀ କିଲରଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା କି। କିଏ କରିଥିଲା ମର୍ଡର ପ୍ଲାନ। ଏ ତମାମ ପ୍ରଶ୍ନ ଏବେ ବି ଅସମାହିତ। ଯାହାକୁ ନେଇ ସବୁଠି ହଇଚଇ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *