ପୀତବାସ ହତ୍ୟାକାଣ୍ଡ- ବିଚ୍ ରାସ୍ତାରେ ଫାୟାରିଂ

ବିଚ୍ ରାସ୍ତାରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ମର୍ଡର। କିଏ ଓ କାହିଁକି ପୀତବାସଙ୍କୁ ଗୁଳି କରି ହତ୍ୟା କଲା। ତାକୁ ନେଇ ହଇଚଇ ଖେଳିଯାଇଛି। ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପୀତବାସ ଟଳିଗଲେ। ବୈକୁଣ୍ଠନଗର ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ। ପୀତବାସଙ୍କୁ ମୃତ ଘୋଷଣା କରିଥିଲେ ଏମକେସିଜି ମେଡିକାଲ ଡାକ୍ତର। ପୀତବାସଙ୍କ ସହ ସମସ୍ତଙ୍କର ସମ୍ପର୍କ ଭଲ ଥିଲା ବୋଲି କହିଛନ୍ତି ପରିବାରବର୍ଗ। ହତ୍ୟା ପଛରେ ସାର୍ପସୁଟର ଥିବା ସନ୍ଦେହ କରୁଛନ୍ତି ପରିବାରବର୍ଗ। ବ୍ୟକ୍ତିଗତ ଶତୃତା ନା ରାଜନୈତିକ ଶତୃତା। କି ଆଉ କୌଣସି ବିବାଦ ତାକୁ ନେଇ ସବୁଠି ଚର୍ଚ୍ଚା। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ଆଇଜି ଓ ଗଞ୍ଜାମ ଏସପି। ପୀତବାସ ପଣ୍ଡାଙ୍କୁ ହତ୍ୟାକାଣ୍ଡ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁରରେ ପହଞ୍ଚି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ। ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି। ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ଆଜି ଅପରାଧି ମୁକୁଳା ହୋଇ ବୁଲୁଛି। ପୁଲିସକୁ ଭୟ ନାହିଁ। ଗୁଇନ୍ଦା ଫେଲ୍ ମାରୁଛି। ସରକାରଙ୍କ ପାଖରେ ଅପରାଧ ନିୟନ୍ତ୍ରଣ ଲାଗି କୌଣସି ଠୋସ୍ ନୀତି କି ପଦକ୍ଷେପ ନାହିଁ। ପୀତବାସ ପଣ୍ଡାଙ୍କ ହତ୍ୟାର ତଦନ୍ତକୁ ଗୁରୁତ୍ୱର ସହ ନିଅନ୍ତୁ ସରକାର। ପୀତବାସ ହତ୍ୟାକାଣ୍ଡ ପରେ ଆଇନଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କେବଳ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ନୁହେଁ। ଏହା ନ୍ୟାୟିକ ବ୍ୟବସ୍ଥାକୁ ସିଧା ଆକ୍ରମଣ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍। ହତ୍ୟାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସମଗ୍ର ଓଡ଼ିଶାରେ ଆଇନଜୀବି କୋର୍ଟ କାମରୁ ନିବୃତ୍ତ ରହିବାକୁ ଅପିଲ୍ କରିଛି ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ଓ ଅଲ୍‌ ଓଡ଼ିଶା ଆଇନଜୀବି ଆସୋସିଏସନ। ପୀତବାସ ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ। ଜମି ବିବାଦରୁ ଜଘନ୍ୟ ହତ୍ୟା ହୋଇଛି କି। ତେବେ କିଏ ଷଡ଼ଯନ୍ତ୍ର କରିଛି। କାହିଁକି ଏଭଳି ମାରିଲା। ତାକୁ ନେଇ ସବୁଠି ଆଲୋଡ଼ନ ସୃଷ୍ଟି କରିଛି। ପୀତବାସଙ୍କ ମରଶରୀରକୁ ବ୍ରହ୍ମପୁର ସହର ପରିକ୍ରମା କରାଯାଇଥିଲା। ତାଙ୍କ ଶେଷଯାତ୍ରାରେ ଶତାଧିକ ଲୋକ ସାମିଲ୍ ହୋଇଥିଲେ। ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ପୁରା ଗାଁ। ବ୍ରହ୍ମପୁର ସହର ପୁରା ସ୍ତବ୍ଧ ହୋଇଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *