ବହୁ ଚର୍ଚ୍ଚିତ ପୋଲାଚି ଯୌନ ଅତ୍ୟାଚାର ମାମଲାରେ ସମସ୍ତ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ତାମିଲନାଡ଼ୁ କୋର୍ଟ। କୋଏମ୍ୱାଟୋରର ଏକ କୋର୍ଟ ୨୦୧୯ରେ ପୋଲାଚିରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଆଇପିସିର ଧାରା ୩୭୬ରେ ସମସ୍ତ ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡିତ କରିଛନ୍ତି। ସେସନ ଜଜ୍ ଆର. ନନ୍ଦିନୀ ଦେବୀ ଏହି ଦଣ୍ଡ ଦେଇଛନ୍ତି। ପୋଲାଚିରେ ସିରିଏଲ ଯୌନ ଅତ୍ୟାଚାର ଓ ବ୍ଲାକମେଲିଂ କରି ୪ଜଣିଆ ଗ୍ୟାଙ୍ଗ ସୋସିଆଲ ମିଡିଆରେ ଶତାଧିକ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ପରେ ସେମାନଙ୍କୁ ଯୌନ ଅତ୍ୟାଚାର କରିଥିଲେ। ସେମାନଙ୍କ ଅଶ୍ଲୀଳ ଭିଡ଼ିଓ ସୁଟ୍ କରି ବ୍ଲାକମେଲିଂ କରୁଥିଲେ। ୨୦୧୩ରୁ ଏଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲା ଏହି ଗ୍ୟାଙ୍ଗ୍। ଜଣେ ୧୯ ବର୍ଷୀୟା କଲେଜ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଏ ଘଟଣାର ତଦନ୍ତ ହୋଇଥିଲା। ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ, ଫେବୃଆରୀ ୧୨, ୨୦୧୯ରେ ତାଙ୍କୁ ୪ ଜଣ ଲୋକ କାରରେ ଯୌନ ଅତ୍ୟାଚାର କରି ତାଙ୍କର ଭିଡ଼ିଓ କରିଥିଲେ। ଆଉ ବ୍ଲାକମେଲିଂ କରିଥିଲେ। ମୁଖ୍ୟ ଅଭିଯୁକ୍ତ ସବରିରାଜନ ଯୁବତୀଙ୍କର ପରିଚିତ ଥିଲା। ଯୁବତୀଙ୍କୁ ଏକ ଜରୁରୀ କଥା ବାହାନାରେ ବସଷ୍ଟାଣ୍ଡକୁ ଡାକିଥିଲା। ସେଠାରେ କାରରେ ଆଉ ଜଣେ ସାଙ୍ଗ ସହ ଆଗରୁ ପହଞ୍ଚିଥିଲା ସବରିରାଜନ। ଯୁବତୀଙ୍କୁ କାରରେ ବସିବାକୁ କହି କଥାବାର୍ତ୍ତା ବାହାନାରେ ଦୂରକୁ ନେଇଯାଇଥିଲେ। ବାଟରେ ଆଉ ୨ ଜଣ ଗାଡ଼ିରେ ଚଢ଼ିଥିଲେ। ଏ ସମସ୍ତେ ଯୌନ ଉତ୍ପୀଡ଼ନ କରିଥିଲେ। ପୀଡ଼ିତା ଭୟରେ ଆରମ୍ଭରୁ କାହାକୁ କହିନଥିଲେ। କିନ୍ତୁ ଯେତେବେଳେ ଅଭିଯୁକ୍ତଙ୍କ ବ୍ଲାକମେଲିଂ ବଢ଼ିଥିଲା, ଏଥିରେ ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now