ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ଭି-୭୨ ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା ଆଦିବାସୀ ସମାଜ । ଏପର୍ଯ୍ୟନ୍ତ ପରିବାରକୁ ନ୍ୟାୟ ମିଳି ପାରି ନାହିଁ। ଏହାକୁ ଆତ୍ମହତ୍ୟାର ରୁପ ଦିଆଯାଉଥିବା ଅଭିଯୋଗ କରିବା ସହ କେବେ ହେବ ତଦନ୍ତ । ଇତି ମଧ୍ୟରେ ଦେଢ଼ ମାସ ବିତିଗଲାଣି। ମୃତ୍ୟୁର ରହସ୍ୟ ଉପରୁ କେବେ ହଟିବ ପରଦା | ଏଭଳି ନାନା ପ୍ରଶ୍ନ ନେଇ ରାଜରାସ୍ତାକୁ ଓହ୍ଲାଇଛି ମିଳିତ ସଂଗଠନ। ରାଜ୍ୟସ୍ତରରୁ ବିଭିନ୍ନ ସଂଗଠନ ମଧ୍ୟ ମାଲକାନଗିରିରେ ପହଞ୍ଚିଥିଲେ । ବସଷ୍ଟାଣ୍ଡ ଠାରୁ ଶହଶହ ଆନ୍ଦୋଳନକାରି ବିରାଟ ରାଲି କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ଧାରଣା ସହ ବିକ୍ଷୋଭ କରିଥିଲେ । ଦୁଇ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଜିଲ୍ଲା ସହିତ ରାଜଧାନୀ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛି ସଂଘ । ତେବେ ପୋଲିସ ଆତ୍ମହତ୍ୟା କହି କାହିଁକି ଚୁପ୍ ବସିଛି? ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲା ମିଳିତ ସଂଗଠନ। ଏପଟେ ଗାଁ ମୁଖିଆଙ୍କୁ ଫୋନ୍ରେ ବଙ୍ଗଲାଦେଶରୁ ବାରମ୍ବାର ହତ୍ୟା ଧମକ ଆସୁଥିବା ପରେ ମଧ୍ୟ କାହିଁକି ତଦନ୍ତ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ସଂଘ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now