ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ବୋମା ଧମକ। ଏହାକୁ ନେଇ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ତୁରନ୍ତ କୋର୍ଟ ରୁମକୁ ଖାଲି କରାଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସର୍କୁଲାର ଜାରି କରି କହିଛି ଯେ, ଯେହେତୁ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଛି। ସେଥିଲାଗି ସମସ୍ତ ସଦସ୍ୟ ସତର୍କ ରୁହନ୍ତୁ। ଯଦି କୌଣସି ସନ୍ଦେହଜନକ ସାମଗ୍ରୀ କି ସନ୍ଦେହଜନକ ବ୍ୟକ୍ତିଙ୍କୁ କୋର୍ଟ ପରିସରରେ ଦେଖନ୍ତି, ତୁରନ୍ତ ହାଇକୋର୍ଟ ବାର୍ ଆସୋସିଏସନକୁ ଜଣାନ୍ତୁ ବୋଲି ଅପିଲ୍ କରିଛି ସଂଘ। ତୁରନ୍ତ ଆଇନଜୀବିଙ୍କୁ କୋର୍ଟ ରୁମ ଖାଲି କରିବାକୁ କୁହାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା ରେ ପୁଣି କୋର୍ଟ କାମ ଚାଲିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now