ଅଟକିବନି ଓରିସନିକ୍‌ ମିଶାଇଲ୍‌..!

ଆମେରିକାକୁ ପୁଟିନ୍‌ଙ୍କ ଚ୍ୟାଲେଞ୍ଜ । ଓରିସନିକ୍‌ ମିଶାଇଲ୍‌କୁ ଅଟକାଇବା ଅସମ୍ଭବ କହିଲେ ପୁଟିନ। ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓରିସନିକ ମିଶାଇଲକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ ଓରିସନିକ୍ ମିଶାଇଲକୁ ଏକ ଭିନ୍ନ ପ୍ରକାରର ଅସ୍ତ୍ର ବୋଲି ବିବେଚନା କରିଛନ୍ତି। ବର୍ତ୍ତମାନ ୟୁରୋପରେ ନିୟୋଜିତ କୌଣସି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓରିସନିନିକ ମିଶାଇଲକୁ ଅଟକାଇପାରିବ ନାହିଁ ବୋଲି କହିଛନ୍ତି ପୁଟିନ। ସେ କହିଛନ୍ତି ଯେ ପାଶ୍ଚାତ୍ୟରେ କୌଣସି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନାହିଁ ଯାହା ଓରିସନିକକୁ ଅଟକାଇ ପାରିବ। ପୁଟିନ କହିଛନ୍ତି ଯେ ଯଦି ପାଶ୍ଚାତ୍ୟ ପ୍ରତିରକ୍ଷା ବିଶେଷଜ୍ଞଙ୍କର ଏନେଇ କୌଣସି ସନ୍ଦେହ ଥାଏ, ସେମାନେ ଏହାର ପରୀକ୍ଷଣ କରି ଅନୁସନ୍ଧାନ କରିପାରିବେ। ଋଷର ପୂର୍ବ ଡିଜାଇନ୍ ପ୍ରୋଜେକ୍ଟ ଆଧାରରେ ଓରିସନିକ୍ ମିଶାଇଲ ନିର୍ମାଣ ହୋଇଛି। ପୁଟିନ କହିଛନ୍ତି ଯେ ସେ ଓରିସନିକ ମିଶାଇଲ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପୂର୍ବେ ରୁଷ ୟୁକ୍ରେନ ଉପରେ ଓରିସନିକ ମିଶାଇଲ ଆକ୍ରମଣ କରିଥିଲା, ଏହାର ଭିଡିଓ ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା। ବର୍ତ୍ତମାନ ୟୁରୋପରେ ନିୟୋଜିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଋଷର ଓରିସନିକ ମିଶାଇଲକୁ ଅଟକାଇବାରେ ଅସମର୍ଥ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *