ରାଜା ଚକ୍ର ଗିରଫ

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର। ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପାରିପାର୍ଶ୍ୱିକ ଉନ୍ନତିରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ଏଥିରେ ୩୪ କୋଟି ଟଙ୍କା ହଡ଼ପ ହୋଇଛି। ଆୟକର ଆଇନ ଓ ଶ୍ରମ ଆଇନର ବ୍ୟାପକ ଉଲ୍ଲଂଘନ ହୋଇଛି। ୩୩ କୋଟି ଟଙ୍କା ଗାଁ ଲୋକଙ୍କୁ ବଣ୍ଟାଯାଇଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ଏତେ ଟଙ୍କା ବଣ୍ଟାଯାଇଛି। ଗାଁ ଲୋକଙ୍କ ସମର୍ଥନରେ ହିଁ ଏ ସବୁ ଟଙ୍କା ବଣ୍ଟାୟାଇଥିଲା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ମା କାଳୀ ପେଟ୍ରୋଲ ପମ୍ପରୁ ରାଜାଙ୍କ ସବୁ କଳା କାରନାମା ଖୋଲିଛି। ପ୍ରେସମିଟରେ ରାଜାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଛନ୍ତି ଡିଜି ମିଶ୍ର। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ସଂଶ୍ଳିଷ୍ଟ ଅଛନ୍ତି ରାଜା। ପରେ ରାଜାଙ୍କୁ ଇଓଡବ୍ଲୁ ଅଫିସ ଅଣାଯାଇଥିଲା। ନ୍ୟାୟପାଳିକା ଉପରେ ଭରସା ଅଛି ବୋଲି କହିଛନ୍ତି ରାଜା। ରାଜାଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି କହିଛନ୍ତି ଏସପି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *