ରାଜା ଚକ୍ରର ବେଆଇନ କାର୍ଯ୍ୟକଳାପ ବାବଦରେ ନବୀନ ଓ ପାଣ୍ଡିଆନଙ୍କୁ ଜଣାଇଥିଲେ ବଦ୍ରି ପାତ୍ର। ବିସ୍ତୃତ ରିପୋର୍ଟ ବି ଲିଖିତ ଭାବେ ଦେଇଥିଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଲାନି। ନା ଦୃଷ୍ଟି ଦେଲେ ନା କୌଣସି ଆକ୍ସନ ନେଲେ। ରାଜା କଥାରେ ପୁରା ପୁଲିସ ଓ ପ୍ରଶାସନ ଚାଲୁଥିଲା। ତତ୍କାଳୀନ ଜିଲ୍ଲାପାଳ ମିତ୍ରଭାନୁ ମହାପାତ୍ର ଓ ଏସପି ଆଶୀଷ ଠାକରେଙ୍କ ମଧୁଚନ୍ଦ୍ରିକାରେ ଚାଲୁଥିଲା ବେଆଇନ କଳା ସାମ୍ରାଜ୍ୟ। ସେଥିଲାଗି କେହି ହାତ ମାରିପାରୁନଥିଲେ ବୋଲି ସଙ୍ଗୀନ ଆରୋପ ଲଦିଛନ୍ତି ବଦ୍ରି। ଖଣି ଲୋଡିଂ ଏଜେନ୍ସି ଦୁର୍ନୀତିରେ ରାଜାର ଏକଚାଟିଆ ମନୋଭାବ ଚାଲୁଥିଲା। ଦୁର୍ନୀତିର ମୂଳ ପିଣ୍ଡ ଥିଲେ ଜିଲ୍ଲାପାଳ ଓ ଏସପି। ଦୁର୍ନୀତିର ସିଂହଭାଗ ଅର୍ଥ ଜିଲ୍ଲାପାଳ ଓ ଏସପିଙ୍କ ପକେଟକୁ ଯାଉଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏତେ ବଡ଼ ଦୁର୍ନୀତିର ଖୁଲାସା କରିଥିବାରୁ ଧନ୍ୟବାଦ ଦେଇଛନ୍ତି ବଦ୍ରି। ପ୍ରଶାସନର ପ୍ରବଳ ସହଯୋଗ ଓ ସାହାଯ୍ୟ ପାଇ ପୁରା ଜିଲ୍ଲାକୁ ଦଖଲ କରିଥିଲା ରାଜା। ଯିଏ ବିରୋେଧ କଲା, ମିଛ ମାମଲା କରି ହଇରାଣ ହରକତ କରୁଲା ପୁଲିସ। ମିତ୍ରଭାନୁ ମହାପାତ୍ରଙ୍କ ପ୍ରଛଦ ସହଯୋଗରେ ସବୁ କଳା କାରନାମା ଚାଲୁଥିଲା। ମୋହନ ସରକାର ଜିଲ୍ଲାପାଳ ଓ ଏସପିଙ୍କୁ ବି ତଦନ୍ତ ପରିସରଭୁକ୍ତ କରାନ୍ତୁ। ବଡ଼ ମାଛ ଧରନ୍ତୁ। ପୁରା ପ୍ରକରଣରେ ଯେଉଁମାନେ ସାମିଲ୍, ସେମାନଙ୍କୁ ଧରନ୍ତୁ। ଅମାପ ସମ୍ପତ୍ତି ଅର୍ଜିଥିବା ରାଜା ଓ ତାକୁ ଏଥିରେ ସହଯୋଗ କରିଥିବା ପୁରା ରାକେଟକୁ ଧରପଗଡ଼ ହେଉ। ଏତେ କମ୍ ବୟସରେ ଖଣିଖାଦାନରୁ ଅମାପ ସମ୍ପତ୍ତି ଆଦାୟ କରିବାକୁ ଖୋଲା ହାତ ଛାଡ଼ି ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସେଥିଲାଗି ତଦନ୍ତକୁ ବ୍ୟାପକ କରିବା ଜରୁରୀ।


Naxatra News is now on Whatsapp
Join and get latest news update delivered to you via whatsapp
Join Now