ସରିଲା କ୍ରାଇମ ସିନ୍ ରିକ୍ରିଏସନ। ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଶେଷରେ ପୁଲିସ ପାଇଲା କ୍ଲିଅର ପିକଚର। ରାଜାଙ୍କୁ ମର୍ଡର କରିବାର ପୁରା ପ୍ଲଟ ପୁଲିସକୁ ଦେଖାଇଛନ୍ତି ଅଭିଯୁକ୍ତ। ଆଗ ପାର୍କିଂରୁ ଆରମ୍ଭ ହୋଇଥିଲା କ୍ରାଇମ୍ ସିନ୍ ରିକ୍ରିଏସନ। ଯେଉଁଠି ରାଜା ଓ ସୋନମ ଭଡ଼ାରେ ଆଣିଥିବା ସ୍କୁଟିକୁ ଠାବ କରାଯାଇଥିଲା। ମର୍ଡର ପୂର୍ବରୁ ଭ୍ୟୁ ପଏଣ୍ଟରେ ଆଉ କିଏ କିଏ ଥିଲେ, ତାକୁ ଅନୁଧ୍ୟାନ କରାଯାଇଥିଲା। ସେଠାରେ କେବଳ ୩ ଜଣ ବିଶାଳ, ଆନନ୍ଦ ଓ ଆକାଶ ଥିଲେ। ଏସଆଇଟି ଦ୍ୱିତୀୟ ଧାରୁଆ ଅସ୍ତ୍ରକୁ ରିକଭର ଲାଗି ଜୁଟିଛି। ଯେଉଁଥିରେ ରାଜାକୁ ହତ୍ୟା କରାଯାଇଥିଲା। ହତ୍ୟା କରିବା ପରେ ରାଜାର ମୋବାଇଲ ଫୋନକୁ ସୋନମ ଆଗ ଭାଙ୍ଗିଥିଲା। ଆଉ ତା ପରେ ପରେ ବିଶାଳ। ଖଙ୍ଗାଲେ ଜଙ୍ଗଲରେ କ୍ରାଇମ ସିନ୍ ରିକ୍ରଏସନ ହୋଇଛି। ସୋନମ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନେଇ ସୋହରାର ୱେଇସାଡୋଙ୍ଗ ଜଳପ୍ରପାତ ଯାଇଥିଲା ପୁଲିସ। ଘାଟି ଉପର ପାର୍କିଂ ସ୍ଥଳ ଯେଉଁଠି ଜୁନ୍ ୨ରେ ରାଜାର ଶବ ମିଳିଥିଲା। ସୋନମ ଆଗରେ ରାଜାକୁ ହତ୍ୟା କରାଯାଇଥିଲା। ରାଜା ଟଏଲଟ ଯିବା ବେଳେ ୩ ଅଭିଯୁକ୍ତ ତାକୁ ଧାରୁଆ ଅସ୍ତ୍ରରେ ହାଣିଥିଲେ। ସୋନମ ସହ ମିଶି ଶବକୁ ଖାଇରେ ଫିଙ୍ଗିଦେଇଥିଲେ। ଦିନ ୨ଟାରୁ ୨ଟା ୧୮ ଭିତରେ ଏ ସବୁ ଘଟିଥିଲା। ରକ୍ତ ଲଗା ରେନକୋଟକୁ ଆକାଶକୁ ଦେଇଥିଲା ସୋନମ। ଏହା ପରେ ଦୁଇଟି ସ୍କୁଟିରେ ସମସ୍ତ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲେ। ଏଭି ପଏଣ୍ଟରେ ଆକାଶ ରେନକୋଟକୁ ଫିଙ୍ଗିଦେଇଥିଲା। ଏହା ପରେ ସୋନମ ବୁର୍ଖା ପିନ୍ଧି ଟାକ୍ସି ଯୋଗେ ଗୌହାଟି ପହଞ୍ଚିଥିଲା। ରାଜ କୁଶଓ୍ୱାହା ବିଶାଳ ଜରିଆରେ ଏହି ବୁର୍ଖା ପଠାଇଥିଲା। ହତ୍ୟାକାଣ୍ଡ ପରେ ଆସାମ, ପଶ୍ଚିମବଙ୍ଗ, ବିହାର, ୟୁପି ହୋଇ ଇନ୍ଦୋର ପହଞ୍ଚିଥିଲା ସୋନମ। ସୁପାରୀ କିଲିଂ ନଥିଲା। ରାଜ୍ ୫୯ହଜାର ଟଙ୍କା ଖର୍ଚ୍ଚ ଲାଗି ଦେଇଥିଲା। ପୁଲିସ ପାଖରେ ରକ୍ତଲଗା ରେନକୋଟ, ହତ୍ୟାକାଣ୍ଡରେ ବ୍ୟବହାର ଅସ୍ତ୍ର, ସିସିଟିଭି ଫୁଟେଜ, ଡିଜିଟାଲ ପ୍ରମାଣ ଅଛି। ୯୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହେବ ବୋଲି କହିଛନ୍ତି ଇଷ୍ଟଖାଲି ଏସପି ବିବେକ ସିୟାମ। କ୍ରାଇମ ସିନ୍ ରିକ୍ରିଏସନ ଆଗରୁ ପୁଲିସ କହିଥିଲା, ରାଜାକୁ ମାରିବାକୁ କୌଣସି କଣ୍ଟ୍ରାକ୍ଟ କିଲରଙ୍କୁ ନିୟୋଜିତ କରାଯାଇନଥିଲା। ରାଜାଙ୍କୁ ମାରିବାକୁ ଏହା ଚତୁର୍ଥ ଉଦ୍ୟମ ଥିଲା। ରାଜାକୁ ମାରିବାକୁ ପୂର୍ବରୁ ଗୌହାଟି, ନୋଙ୍ଗ୍ରିୟାଟ, ମାଓଲାଖିଆତରେ ୩ ଥର ଉଦ୍ୟମ ଫେଲ୍ ମାରିଥିଲା। ମେଘାଳୟ ପୁଲିସ ଏହାର ଆଉ ଏକ ଦିଗକୁ ବି ଛାନଭିନ୍ କରୁଛି। ବିବାହର ମାତ୍ର କେଇଟା ଦିନ ଭିତରେ ରାଜାଙ୍କ ଏତେ ବଡ଼ ଶତୃ କେମିତି ସାଜିଲେ ସୋନମ। ଏହି ମାମଲା ଯାହା ଖାଲି ଆଖିରେ ଦେଖାଯାଉଛି, ତାହା ନା ଏହାଠୁ ଅଧିକ ଭୟଙ୍କର। ସୋନମ ବିବାହର ୧୧ ଦିନ ଆଗରୁ ରାଜାକୁ ମାରିବାକୁ କୁଆଡ଼େ ଷଡ଼ଯନ୍ତ୍ର କରିଥିଲା ରାଜ୍ କୁଶଓ୍ୱାହା। କ୍ରାଇମ ସିନ୍ ରିକ୍ରିଏଟ୍ କରିଛି ପୁଲିସ। ତଥାପି ପୁରା ମାମଲା ଉପରୁ ସନ୍ଦେହର ବାଦଲ ଏବେ ବି ଛାଇ ରହିଛି। ଲଭ ଟ୍ରାଙ୍ଗେଲରେ ସୀମିତ ରହିନି ମର୍ଡର। ସେଥିଲାଗି ତ ଅନ୍ୟ ରାଜ୍ୟର ସହଯୋଗ ଲୋଡ଼ିଲାଣି ମେଘାଳୟ ପୁଲିସ।


Naxatra News is now on Whatsapp
Join and get latest news update delivered to you via whatsapp
Join Now