ରାଜା ରଘୁବଂଶୀ ମର୍ଡର- ପଦାକୁ ଆସିଲା ନୂଆ ନାଁ- ସଞ୍ଜୟଙ୍କୁ ସୋନମ କରିଥିଲେ ୧୧୯ଥର କଲ୍‌

ରାଜା ରଘୁବଂଶୀ ମର୍ଡର ମାମଲାରେ ନୂଆ ଟ୍ୱିଷ୍ଟ। ରାଜ୍ କୁଶଓ୍ୱାହା ପ୍ରେମରେ ପଡ଼ି ରାଜାକୁ ନିର୍ମମ ହତ୍ୟା କରିଥିଲା ସୋନମ। ନା ଏହି ହତ୍ୟାକାଣ୍ଡ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି। ଏତିିକିବେଳେ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ମୋବାଇଲ କଲ ଡିଟେଲ୍ସରୁ ଆଉ ଏକ ରୋଚକ ତଥ୍ୟ ଆସିଛି। ସଞ୍ଜୟ ବର୍ମା ନାମକ ଯୁବକ ସହ ଲଗାତାର ସମ୍ପର୍କରେ ଥିଲା ସୋନମ। ମାର୍ଚ୍ଚ ପହିଲାରୁ ମାର୍ଚ୍ଚ ୨୫ ଭିତରେ ସୋନମ ୧୧୨ ଥର ସଞ୍ଜୟକୁ କଲ୍ କରିଥିଲା। ଆଉ ଏହି କଲ ଡିଟେଲ୍ସରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି ଯେ, ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କେବଳ ରାଜ କୁଶଓ୍ୱାହା କରିଥିଲା ନା ଅନ୍ୟ ଲୋକ ବି ସାମିଲ୍ ଅଛନ୍ତି। ରାଜାକୁ ମାରି ବାରାଣସୀରୁ ଗାଜିପୁର ଫେରୁଥିଲା ବେଳେ ସୋନମ ସହ ଦୁଇ ଜଣ ଥିବା ଦେଖାଯାଇଥିଲା। ଗାଜିପୁରର ଉଜ୍ୱାଳା ଯାଦବ କହିଥିଲେ ଯେ, ଜୁନ୍ ୮ ତାରିଖ ରାତିରେ ସୋନମ ଯେତେବେଳେ ଲକ୍ଷ୍ନୌରୁ ବାରାଣସୀ ଆସି ଏଠାରୁ ଗାଜିପୁର ଯିବାକୁ ବାହାରିଥିଲେ। ସେତେବେଳେ ସୋନମଙ୍କ ସହ ଦୁଇ ଜଣ ବ୍ୟକ୍ତି ଥିଲେ। ସୋନମ ଉଜ୍ୱାଳାଙ୍କୁ ଫୋନ ମାଗି ଏକ ନମ୍ୱର ଟାଇପ କରିଥିଲେ। କିନ୍ତୁ କଲ୍ କଲେନି। ପରେ ସେ ନମ୍ୱରକୁ ତାଙ୍କ ଫୋନରୁ ଡିଲିଟ୍ କରିଦେଇଥିଲେ। ମେଘାଳୟ ପୁଲିସ ଏବେ ଜାଣିବାକୁ ପ୍ରୟାସ କରୁଛି ଯେ, ସଞ୍ଜୟ ବର୍ମା ସୋନମଙ୍କୁ ସହଯୋଗ କରିଥିଲେ କି। ସୋନମକୁ ବାରାଣସୀ ଯାଏ ଆଣିବାରେ ସଞ୍ଜୟଙ୍କ ହାତ ଅଛି କି। ଉଜ୍ୱାଳା ଯାଦବ ଯେଉଁ ୨ ଜଣଙ୍କୁ ସୋନମଙ୍କ ସହ ଦେଖିଥିବା ଦାବି କରୁଛନ୍ତି, ସେମାନଙ୍କ ଭିତରେ ସଞ୍ଜୟ ଥିଲେ କି। ଶିଲଂ ପୁଲିସ ସୋନମ ଘରେ ପହଞ୍ଚି ତାଙ୍କ ମାଆ ଓ ଭାଇଙ୍କୁ ପଚରାଉଚୁରା କରିଛି। ଗତ କାଲି ରାଜାର ଘରକୁ ଯାଇଥିଲା ଏହି ଟିମ୍। ସୋନମ ଭାଇ ଗୋବିନ୍ଦ କହିଛନ୍ତି ଯେ, ସୋନମ ବ୍ୟବହାର ବାବଦରେ ପୁଲିସ ପଚାରିଛି। ସୁଟକେସରେ ରଖାଯାଇଥିବା ସାମଗ୍ରୀ ଖୋଲିକି ଦେଖିଲା ପୁଲିସ।ସେପଟେ ଏ ଘଟଣା ଭିତରେ ରାଜ କୁଶଓ୍ୱାହାର ଜେଜେମାଙ୍କ ହୃଦଘାତରେ ପରଲୋକ ଘଟିଛି। ପରିବାରର କହିବା କଥା, ଅନ୍ତିମ ସମୟ ଯାଏ ନିଜ ନାତିକୁ ନିର୍ଦୋଷ ବୋଲି କହୁଥିଲେ ସେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *