ରାକେଶ ଟିକାୟତଙ୍କୁ ମାଡ଼ ମାରି ପଗଡ଼ି ତଳେ ପକାଇଲେ- କାହିଁକି ଏ ଆକ୍ରୋଶ?

ପହଲଗାମ ଆତଙ୍କି ଆକ୍ରମଣ ପରେ ବିବାଦୀୟ ବୟାନ ଦେଇ ଟିକାୟତ ବ୍ରଦର୍ସ ଏବେ ଆକ୍ରୋଶର ସମ୍ମୁଖୀନ ହେଲେଣି। ରାକେଶ ଟିକାୟତଙ୍କୁ ମୁଜାଫରନଗରରେ ଆକ୍ରମଣ ସହ ତାଙ୍କ ପଗଡ଼ି ଓହ୍ଲାଇଦେଇଛନ୍ତି ଲୋକେ। ଜନ ଆକ୍ରୋଶ ରାଲି ବେଳେ ରାକେଶଙ୍କ ଉପରେ ଲାଠି ମାଡ଼ ବି ହୋଇଛି ପୁଲିସ ରାକେଶଙ୍କୁ ଲୋକଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ଲାଗି ବେଶ୍ ନାକେଦମ ହୋଇପଡ଼ିଥିଲା। ପହଲଗାମ ଆତଙ୍କି ଆକ୍ରମଣ ପରେ ଭାରତୀୟ କୃଷକ ସଂଘର ସଭାପତି ନରେଶ ଟିକାୟତ ଓ ମୁଖପାତ୍ର ତାଙ୍କ ଭାଇ ରାକେଶ ଟିକାୟତ କିଛି ବିବାଦୀୟ ବୟାନ ଦେଇଥିଲେ। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତିକୁ ନେଇ ଆପତ୍ତି ଜାହିର କରିଥିଲେ ନରେଶ। ଭାରତ ସରକାରଙ୍କ ଏହା ଭୁଲ୍ ନିଷ୍ପତ୍ତି। ଚାଷୀଙ୍କୁ ସେପଟେ ଏହି ଆତଙ୍କି ଆକ୍ରମଣ ପଛରେ ପାକିସ୍ତାନର ସମ୍ପୂର୍ଣ୍ଣ ହାତ ଥିବା କଥା ଅସ୍ୱୀକାର କରିଥିଲେ ରାକେଶ। ଆତଙ୍କି ଆକ୍ରମଣରେ କାହାକୁ ଫାଏଦା ମିଳିଛି। କିଏ ହିନ୍ଦୁ-ମୁସଲିମର ଖେଳ ଖେଳୁଛି। ଏହାର ଜବାବ ଆକ୍ରମଣକାରୀଙ୍କ ପାଖରେ ରହିଛି। ଅସଲ ଚୋର ତ ଭାରତରେ ଅଛନ୍ତି। ପାକିସ୍ତାନରେ ନୁହେଁ। ଯାହାର ଲାଭ ହୋଇଛି, ଏ ସବୁ ଘଟଣାକ୍ରମ ସେମାନଙ୍କ ପେଟରେ ରହିଗଲା। ସେଥିଲାଗି ଅସଲ ଚୋରକୁ ଧରିବାର ଆବଶ୍ୟକତା ଅଛି। ରାକେଶ ନିଜର ଏହି ମନ୍ତବ୍ୟ ଭିଡ଼ିଓ ନିଜ ପୁଅ ଚରଣ ସିଂଙ୍କ ଫେସବୁକ ପେଜରେ ପ୍ରସାରିତ କରିଥିଲେ। ଜାଟ୍ ସମାଜ କହିଥିଲା, ଭାରତରେ ବସି ପାକିସ୍ତାନର କଥା କହୁଛନ୍ତି ଟିକାୟତ ଭ୍ରାତା।  ଭାରତରେ ଥିବା ଶତୃଙ୍କୁ ଚିହ୍ନଟ କରିସାରିଛୁ। ଏମାନଙ୍କୁ ବଧ କରିବାର ଆବଶ୍ୟକତା ରହିଛି। ଆତଙ୍କି ଆକ୍ରମଣକୁ ବିରୋଧ କରି ମୁଜାଫରନଗରରେ ହିନ୍ଦୁ ସଂଗଠନ ବନ୍ଦ ଘୋଷଣା କରିଥିଲା। ଏହାକୁ ନେଇ ଜନଆକ୍ରୋଶ ରାଲି ହୋଇଥିଲା। ରାଲିରେ ସାମିଲ ହେବାକୁ ଆସିଥିବା ଲୋକେ ରାକେଶଙ୍କୁ କଡ଼ା ବିରୋଧ କରିଥିଲେ। ତାଙ୍କୁ ଧକ୍କା ମାରି କିଛି ଲୋକ ଲାଠିରେ ଆଘାତ କରି ତାଙ୍କ ପଗଡ଼ି ଓହ୍ଲାଇଦେଇଥିଲେ। ରାକେଶ ଏହି ଆକ୍ରମଣକୁ ପୂର୍ବ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଭାଇଚାରାକୁ ନଷ୍ଟ କରିବା, ସମାଜକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ ହେଉଛି। ଯଦି ଏହି ରାଲି ଜନତାଙ୍କ ଦ୍ୱାରା ହୋଇଥାଆନ୍ତା, ତାହେଲେ ପୁଲିସ ନିୟନ୍ତ୍ରଣରେ ଥାଆନ୍ତା। ଏହାର ଜବାବ ଦିଲ୍ଲୀକୁ ଟ୍ରାକ୍ଟର ରାଲି ଜରିଆରେ ଦିଆଯିବ। ଚାଷୀଙ୍କ ସ୍ୱରକୁ ଦବାଇପାରିବେନି ସରକାର। ସିଟି ପୁଲିସ ଏସପି ସତ୍ୟନାରାୟଣ ପ୍ରଜାପତି କହିଛନ୍ତି, ରାକେଶଙ୍କ ଉପରେ କୌଣସି ଆକ୍ରମଣ ହୋଇନି। ଭିଡ଼ରେ ଧସ୍ତାଧସ୍ତିରେ ରାକେଶଙ୍କ ପଗଡ଼ି ପଡ଼ିଯାଇଥିଲା। ସେ ନିଜେ ସୁରକ୍ଷିତ ଭାବେ ସେଠାରୁ ବାହାରି ପଡ଼ିଥିଲେ। ରାକେଶଙ୍କୁ ଆକ୍ରମଣର କଡ଼ା ଜବାବ ଦେବାକୁ ନରେଶ ମହାପଞ୍ଚାୟତ ବୈଠକ ଡାକିଥିଲେ। ଏହି ବୈଠକକୁ ଯିଏ ଆସିବନି, ତାକୁ ଚାଷୀ ବିରୋଧୀ ବୋଲି ଧରାଯିବ ବୋଲି ଘୋଷଣା କରିଥିଲେ ନରେଶ। ଯିଏ ରାକେଶଙ୍କ ପଗଡ଼ି ଓହ୍ଲାଇଛି, ତାକୁ ବରଦାସ୍ତ କରାଯିବନି।ରାକେଶଙ୍କ ଉପରେ ଆକ୍ରମଣକୁ ନେଇ ତେଜିଛି ରାଜନୀତି। ସପା ସୁପ୍ରିମୋ ଅଖିଳେଶ ଯାଦବ ବିଜେପିକୁ ଏଥିଲାଗି ଦାୟୀ କରିଛନ୍ତି। ରାକେଶଙ୍କ ପଗଡ଼ି ତଳେ ପଡ଼ିଛି ମାନେ ପ୍ରତି ଚାଷୀର ପଗଡ଼ି ତଳେ ପଡ଼ିଲା। ଏହା ନିନ୍ଦନୀୟ। ଚୌଧୁରୀ ଚରଣ ସିଂ ଜୀବନତମାମ ଚାଷୀଙ୍କ ମାନସମ୍ମାନ ଲାଗି ଲଢ଼ିଥିଲେ। ଆଉ ଏହି ଆକ୍ରମଣ ତାଙ୍କର ତ୍ୟାଗକୁ ଅପମାନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *