ମାଲାୟାଲମ ଫିଲ୍ମ ନିର୍ଦେଶକଙ୍କ ବିରୁଦ୍ଧରେ ଆଗତ ଯୌନ ଅତ୍ୟାଚାର ମାମଲାକୁ ରଦ୍ଦ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ମାଲାୟଲାମ ପିଲ୍ମ ନିର୍ଦେଶକ ରଞ୍ଜିଥ୍ ବାଲକ୍ରିଷ୍ଣନଙ୍କ ବିରୁଦ୍ଧରେ ଯୌନ ଅତ୍ୟାଚାର ନେଇ ଅପରାଧିକ ମାମଲାକୁ ରଦ୍ଦ କରିଦେଇଛନ୍ତି ଜଷ୍ଟିସ ଏସଆର କ୍ରିଷ୍ଣାଙ୍କ ଖଣ୍ଡପୀଠ। ଅଭିଯୋଗକାରୀ ଜଣେ ଆକ୍ଟର ହେବାକୁ ଆଶାୟୀ ଥିଲେ। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ,ତାଙ୍କୁ ରଞ୍ଜିଥ୍ ଏକ ହୋଟେଲ ରୁମକୁ ଡାକିଥିଲେ ଆଉ ଯୌନଶୋଷଣ କରିଥିଲେ। ତେବେ ଅଦାଲତି ଆଶ୍ୱସ୍ତି ପାଇଛନ୍ତି ବାଲକ୍ରିଷ୍ଣନ। ତାଙ୍କ ଉପରେ ସେକ୍ସନ ୩୭୭ ଧାରାରେ ଲାଗିଥିବା ଦଫା ଅର୍ଥାତ ଅସ୍ୱାଭାବିକ ଯୌନ ଆକ୍ଟକୁ ରଦ୍ଦ କରିଦେଇଛନ୍ତି ଅଦାଲତ। ଅଭିଯୋଗ ଅନୁସାରେ କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ଲକଜଟି ହୋଟେଲକୁ ସଂପୃକ୍ତ ଆଶାୟୀ ଆକ୍ଟରଙ୍କୁ ଡାକିଥିଲେ ରଞ୍ଜିଥ୍। ଆଉ ସେଠାରେ ଯୌନଶୋଷଣ କରିଥିଲେ। ୨୦୧୨ରେ କୋଜିକୋଡରେ ବାଭୁତିୟୁଡ ନାମାଥିଲ ଫିଲ୍ମ ସୁଟିଂ ଅବସରେ ସେ ପ୍ରଥମେ ଇଣ୍ଟ୍ରୋଡ୍ୟୁସ ହୋଇଥିଲେ ବାଲକ୍ରିଷ୍ଣଙ୍କ ସହ। ଏହି ଫିଲ୍ମର ଲେଖକ, ପ୍ରଯୋଜକ ଓ ନିର୍ଦେଶକ ଥିଲେ ବାଲକ୍ରିଷ୍ଣନ। ଅଭିନେତା ହେବାକୁ ଚାହୁଁଥିବା ଯୁବକ ଜଣକ ଫିଲ୍ମ ସେଟରେ ମାଲାୟଲାମ ସୁପରଷ୍ଟାର ମାମୁଟିଙ୍କୁ ବାସ୍ତବରେ ଭେଟିବାକୁ ଯାଇଥିଲେ। ଏତଲା ଅନୁସାରେ ବାଲକ୍ରିଷ୍ଣନ ତାଙ୍କ ଫୋନ ନମ୍ୱର ମାଗି ପରେ କେମ୍ପେଗୌଡ଼ା ବିମାନବନ୍ଦରକୁ ଭେଟିବାକୁ ଡାକିଥିଲେ। ଆଗ ଯୁବକକୁ ମଦ ଦେଇଥିଲେ। ଆଉ ପରେ ଯୌନଶୋଷଣ କରିଥିଲେ। ତେବେ ଏତେ ବର୍ଷ ପରେ ଅଭିଯୋଗକାରୀ ବାଲକ୍ରିଷ୍ଣନଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ସାହସ ଜୁଟାଇପାରିଥିଲେ। ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିରେ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *