କ୍ଷତିଭରଣା କରିବେ ଦଙ୍ଗାକାରୀ

ନାଗପୁର ହିଂସାରେ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଦଙ୍ଗାକାରୀଙ୍କଠୁ ଏହାର କ୍ଷତିଭରଣା କରାଯିବ। ଯାହା ବି କ୍ଷତି ହୋଇଛି, ତାହାର ଭରଣା କରିବେ ଦଙ୍ଗାକାରୀ। ଯଦି ଟଙ୍କା ଦେବାକୁ ଅସମର୍ଥ ହେବେ, ତା ହେଲେ ଦଙ୍ଗାକାରୀଙ୍କ ସମ୍ପତ୍ତି ବିକି ଏହାକୁ ଆଦାୟ କରିବେ ସରକାର। ନାଗପୁର ହିଂସାକୁ ନେଇ ଏଭଳି କଠୋର ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ। ଆବଶ୍ୟକ ବେଳେ ବୁଲଡୋଜର ଆକ୍ସନ ବି ହେବ। ସମସ୍ତ ଘଟଣା ଏକ ଗୁଜବରୁ ହିଁ ଏତେବଡ଼ ଆକାର ଧାରଣ କଲା ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସକାଳେ ଔରଙ୍ଗଜେବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ଉପରେ ଏତଲା ହୋଇଥିଲା। କିନ୍ତୁ ପବିତ୍ର କୁରାନ ପୋଡ଼ିକୁ ନେଇ ଗୁଜବରୁ ଲୋକେ ଏକାଠି ହୋଇ ପରସ୍ପରକୁ ପଥରମାଡ଼ ସହ ଆକ୍ରମଣ କରିଥିଲେ। ବାଇକ, କାର ଓ ଦୋକାନ ପୋଡ଼ାଜଳା କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ୧୦୪ ଜଣ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ଦଙ୍ଗା ଭିଆଇବା ଓ ଦଙ୍ଗା କରାଇବାକୁ ଉସୁକାଇଥିବା ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡ଼ିଆରେ ଗୁଜବକାରୀଙ୍କୁ ବି ଚିହ୍ନଟ କରି ସେମାନଙ୍କୁ ସହ ଅଭିଯୁକ୍ତ ଭାବେ ବିବେଚନା କରାଯାଇଛି। ୬୮ଟି ସୋସିଆଲ ମିଡିଆ ପୋଷ୍ଟ ଚିହ୍ନଟ କରି ତାକୁ ଡିଲିଟ୍ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *