କଳାହାଣ୍ଡି: କଳାହାଣ୍ଡି ଭବାନିପାଟଣା ସହରରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ୫ ଟି ବାଇକ ଓ ୨ କାର ଜାଳିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି।
ଭବାନିପାଟଣା ସହରରେ ଦୁବୃତ୍ତଙ୍କ ଉନ୍ମତ୍ତ କାଣ୍ଡ। ମଙ୍ଗଳବାର ବିଳମ୍ବିତ ରାତିରେ ଭବାନିପାଟଣା ଟାଉନ ଥାନା ଇରିଗେସନ କଲୋନି ୧୭ ନଂ ଲେନର ରୋସନ ପାଣ୍ଡେଙ୍କ ୫ଟି ବାଇକ ଗୋଟିଏ ସ୍କୁଟି ଓ୨ ଟି କାର କେହି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏତେ ସଂଖ୍ୟାରେ ଗାଡି ଜଳିବା ପରେ ସୂଚନା ପାଇଁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘର ନିକଟରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ କିନ୍ତୁ ଏହି କାଣ୍ଡ ଭିଆଇବା ପୂର୍ବରୁ ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ପୁଲିସ ପାଣ୍ଡେଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଆଶ୍ବସ୍ତିବାଣୀ ଶୁଣାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now