ଦେଶ ଭିତରେ ବୁଲିବାକୁ କାହିଁକି ବାରମ୍ୱାର ଟ୍ରାଏଲ କୋର୍ଟ ଧାଇଁବି- ଅନସାରୀ

ଅନ୍ତରୀଣ ଜାମିନର ସର୍ତ୍ତକୁ ସଂଶୋଧନ କରାଯାଉ। ଯାହା ଫଳରେ ଭାରତ ଭିତରେ କେଉଁଠିକୁ ଯାତ୍ରା କରିବାକୁ ହେଲେ ବାରମ୍ୱାର ଟ୍ରାଏଲ କୋର୍ଟର ଅନୁମତି ନେବାକୁ ପଡ଼ିବନି। ସୁପ୍ରିମକୋର୍ଟରେ ଏଭଳି ଅପିଲ୍ କରିଛନ୍ତି ୟୁପିର ପୂର୍ବତନ ବିଧାୟକ ଆବାସ ଅନସାରୀ। ୟୁପି ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଗିରଫ ହୋଇ ଜେଲ୍‌ ଯିବା। ଆଉ ବିଧାୟକ ପଦ ରଦ୍ଦ ପରେ ସୁପ୍ରିମକୋର୍ଟରେ ଜାମିନ୍ ସର୍ତ୍ତକୁ କୋହଳ କରିବାକୁ ଅପିଲ୍ କରିଛନ୍ତି ଅନସାରୀ। ୨୦୨୨ରେ ଘୃଣା ମନ୍ତବ୍ୟରୁ ଦୋଷୀ ସାବ୍ୟସ୍ତ ସହ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ ଅନସାରୀଙ୍କ ବିଧାୟକ ପଦ ରଦ୍ଦ ହୋଇଥିଲା। ଅନସାରୀଙ୍କ ଓକିଲ କପିଲ ଶିବଲ କୋର୍ଟକୁ କହିଛନ୍ତି, ଲକ୍ଷ୍ନୌରେ ଥିବା ଅନସାରୀଙ୍କ ଘରକୁ ରାଜ୍ୟ ସରକାର ବୁଲଡୋଜର ଲଗାଇ ମାଟିରେ ମିଶାଇସାରିଛନ୍ତି। କୋର୍ଟଙ୍କ ଆଦେଶ ମୁତାବକ ସେ ଘାଜିପୁର ବି ଯାଇପାରିବେନି। ଅନସାରୀଙ୍କ ଶ୍ୱଶୁର ମସ୍ତିଷ୍କାଘାତରେ ପୀଡ଼ିତ। ତାଙ୍କୁ ଦେଖିବାକୁ ଅନସାରୀ ଜୟପୁର ବି ଯାଇପାରୁନାହାନ୍ତି। ଅନସାରୀଙ୍କ ସାନ ଭାଇକୁ ନିକଟରେ ଭୋର୍ ୪ଟାରେ ପୁଲିସ ଗିରଫ କରିନେଲା। ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ଦେଖାଶୁଣା କରିବାକୁ ଘରେ କେହି ନାହାନ୍ତି। ଏପରିକି ତାଙ୍କର ଦୁଇ ବର୍ଷର ଶିଶୁ ପୁତ୍ର ବି ବେସାହାରା ହୋଇପଡ଼ିଲାଣି। ଟ୍ରାଏଲ କୋର୍ଟରେ ସମସ୍ତ ତାରିଖରେ ଅନସାରୀ ହାଜର ହେଉଛନ୍ତି। ତେବେ ଏ କଥା ଶୁଣି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ସେ ଅନସାରୀଙ୍କ ଟ୍ରାଭେଲ୍ ବ୍ୟାନ ନେଇ କୌଣସି ଆଦେଶ ଦେଇନାହାନ୍ତି। କେବଳ ଯେଉଁଠିକି ଯିବେ, ଟ୍ରାଏଲ କୋର୍ଟଙ୍କ ଅନୁମତି ନେବେ। ଆଉ ଜବାବରେ ଶିବଲ କହିଥିଲେ, ଅନସାରୀ ସବୁ କିଛି ହରାଇସାରିଛନ୍ତି। ଦେଶ ଭିତରେ କୁଆଡ଼େ ଯିବାକୁ ହେଲେ କାହିଁକି ଟ୍ରାଏଲ କୋର୍ଟକୁ ବାରମ୍ୱାର ସେ ଯିବେ। ତେବେ କୋର୍ଟ ଏ ମାମଲାକୁ ଆସନ୍ତା ସପ୍ତାହରେ ଶୁଣାଣୀ ଲାଗି ତାଲିକାଭୁକ୍ତ କରିବା ସହ ଅନସାରୀଙ୍କୁ ଛୋଟ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଅନସାରୀଙ୍କୁ କଠୋର ସର୍ତ୍ତ ସହ ଅନ୍ତରୀଣ ଜାମିନ୍ ଦେଇଥିଲେ କୋର୍ଟ। ଲକ୍ଷ୍ନୌରେ ଥିବା ସରକାରୀ ଘରେ ସେ ରହିବେ। ନିର୍ବାଚନମଣ୍ଡଳୀ ମାଉକୁ ଗସ୍ତ ପୂର୍ବରୁ ଟ୍ରାଏଲ କୋର୍ଟ ଓ ଜିଲ୍ଲା ପୁଲିସର ଅନୁମତି ନେବେ। ଘାଜିପୁର ଘରେ ୩ ରାତି ରହିପାରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *