ନାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଇଡି ଚାର୍ଜସିଟରେ ଆସିଲା ଦୁଇ ବରିଷ୍ଠ ନେତାଙ୍କ ନାଁ। ଚାର୍ଜସିଟରେ ରେଭାନ୍ତ ରେଡ୍ଡୀ ଓ ଶିବକୁମାରଙ୍କ ନାଁ ରହିଛି ସତ। ରେଭାନ୍ତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଥିଲା ବେଳେ ଶିବକୁମାର କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଏମାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇନି। ଏ ସବୁ ନେତା ଦଳର ବରିଷ୍ଠ ପଦାଧିକାରୀଙ୍କ କହିବା ମୁତାବକ ହିଁ ୟଙ୍ଗ ଇଣ୍ଡିଆ ଓ ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡକୁ ଟଙ୍କା ଦାନ କରିଥିଲେ। ଇଡି ଅଭିଯୋଗପତ୍ରରେ ଅହମ୍ମଦ ପଟେଲ, ରବନୀତ, ଭାରତ ଭୂଷଣ, ଇନ୍ଦର ସିଂ,ଓସ୍କାର ଫର୍ଣ୍ଣାଣ୍ଡିସଙ୍କ ନାଁ ବି ସାମିଲ ହୋଇଥିଲା। ଯଦିଓ ଏମାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇନି। ଟଙ୍କା ଦାନ କରନଥିଲେ ଏମାନଙ୍କ ରାଜନୀତିକ କ୍ୟାରିଅର ଓ ବ୍ୟବସାୟକୁ କ୍ଷତି ହୋଇଥାଆନ୍ତା ବୋଲି ଇଡି ଦାବି କରିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ ସେତେବେଳେ ତେଲେଙ୍ଗାନା ପିସିସି ସଭାପତି ଥିଲେ। ୨୦୧୯ରୁ ୨୦୨୨ ଭିତରେ ୟଙ୍ଗ ଇଣ୍ଡିଆକୁ ବିପୁଳ ଅର୍ଥ ଦାନ କରାଯାଇଥିଲା। ସୋନିଆ ଗାନ୍ଧୀଙ୍କୁ ଅଭିଯୁକ୍ତ ନମ୍ୱର ଓ୍ୱାନ ଓ ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ ନମ୍ୱର -ଟୁ ଭାବେ ଚାର୍ଜସିଟରେ ନାମିତ କରିଛି ଇଡି। ୨ହଜାର କୋଟି ଟଙ୍କାର ସମ୍ପତ୍ତିକୁ ଅବୈଧ ଭାବରେ ହାତେଇଥିବାର ଷଡ଼ଯନ୍ତ୍ର ହୋଇଥିଲା। ଇଡି ଯାଞ୍ଚରେ ପାଇଛି ଯେ, ନେତାଏ ଚାନ୍ଦା ଦେବା ବଦଳରେ ଦଳରେ ଓ ରାଜନୀତିରେ ପଦପଦବୀ ପାଇବାର ଲାଳସା ଦେଖାଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now