ଶାହାରୁଖକୁ ବିବାହ। ଉଦିତ ସହ ପ୍ରେମ। ଆଉ ବିବାଦ ହେବାରୁ ସ୍ୱାମୀକୁ ଫସାଇବାକୁ ନିଜ ଜନ୍ମିତ ଝିଅକୁ ହତ୍ୟା କରିଦେଲା। ଲକ୍ଷ୍ନୌରେ ହତ୍ୟାକାରୀ ମାଆର ବୀଭତ୍ସତାକୁ ନେଇ ସବୁଠି ଆଲୋଡ଼ନ। ରୋସନି ନାମକ ମହିଳା ପ୍ରେମୀ ଉଦିତ ଜୟସ୍ୱାଲ ସହ ମିଶି ୬ ବର୍ଷର ଝିଅ ସାଇନାକୁ ମର୍ଡର କରିଦେଲା। ମୁହଁରେ ରୁମାଲ ପୁରାଇ ଗଳା ଚିପି ମାରିଦେଲା ରୋସନି। ୩୬ ଘଣ୍ଟା ଧରି ଶବ ଘରେ ପଡ଼ି ସଢ଼ିଲା। ଏହାର ସାମାନ୍ୟ ସୁରାକ କେହି ପାଇଲେନି। ଆଉ ଶେଷରେ ଝିଅ ହତ୍ୟାର ଦୋଷ ସ୍ୱାମୀ ଉପରେ ଲଦିଦେବାକୁ ବସିଥିଲା ରୋଷନି। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ସବୁ ଧରାପକାଇଦେଲା। ଶବ ବ୍ୟବଛେଦ ରିପୋର୍ଟ ସହ ଅନ୍ୟ ସାକ୍ଷୀ ରୋସନିର ପୋଲ୍ ଖୋଲିଦେଲା। ପୁଲିସ ହତ୍ୟାକାରୀ ରୋସନି, ପ୍ରେମିକ ଉଦିତକୁ ଗିରଫ କରିଛି। ରୋସନି ଓ ଉଦିତ ଡ୍ରଗ୍ସ ଓ ମଦ ପିଇ ଝିଅର ଶବ ପାଖରେ ହିଁ ଶାରୀରିକ ସମ୍ପର୍କ ରଖିଥିଲେ। ଝିଅକୁ ହତ୍ୟା ଓ ସ୍ୱାମୀକୁ ଜେଲକୁ ପଠାଇଦେଲେ ଆରାମରେ ଉଭୟ ରହିବେ ବୋଲି ଯୋଜନା କରିଥିଲେ ରୋସନି। ଶାହାରୁଖ ସହ ରୋସନିର ବିବାହ ୮ ବର୍ଷ ତଳେ ହୋଇଥିଲା। ରୋସନି ମଡର୍ଣ୍ଣ ସ୍ୱଭାବର ଥିଲେ। ତାଙ୍କୁ ପାର୍ଟି ଓ କ୍ଲବରେ ମଉଜ ମଜଲିସ ଭାରି ପସନ୍ଦ ଥିଲା। ସେ ଡ୍ୟାନ୍ସ ବି କରିବାକୁ ଭଲ ପାଉଥିଲେ। ଆରମ୍ଭରୁ ରୋସନିଙ୍କ ଏ ଆଚରଣ ସବୁ ଠିକ ଲାଗୁଥିଲା ଶାହାରୁଖଙ୍କୁ। କିନ୍ତୁ ପରେ ଏହାକୁ ନେଇ ବିରୋଧ କରିବାକୁ ଲାଗିଲେ ଶାହାରୁଖ। ଆଉ ଏହାକୁ ନେଇ ଧୀରେ ଧୀରେ ପତି ପତ୍ନୀଙ୍କ ଭିତରେ ସମ୍ପର୍କ ଖରାପ ହେବାକୁ ଲାଗିଲା। ଝିଅ ଜନ୍ମ ପରେ ବି ରୋସନି ନିଜର ଜୀବନଶୈଳୀ ପୂର୍ବ ଭଳି ଜାରିରଖିଲେ। ପାର୍ଟି ଅବସରରେ ଉଦିତ ସହ ଭେଟଘାଟରୁ ନିବିଡ଼ତର ହେବାକୁ ଲାଗିଥିଲେ ରୋସନି। ଉଦିତ ସହ ଶାହାରୁଖର ୮ ବର୍ଷରୁ ଅଧିକ ସମୟ ବନ୍ଧୁତା ଥିଲା। ଉଦିତର ପତ୍ନୀ ଦୁଇ ବର୍ଷ ତଳୁ ଆତ୍ମହତ୍ୟା କରିଥିଲେ। ରୋସନି ସ୍ୱାମୀ ଶାହାରୁଖକୁ ଛାଡ଼ି ଉଦିତ ସହ ଲିଭ-ଇନ-ରିଲେସନରେ ରହିବାକୁ ଲାଗିଲେ। ସାଙ୍ଗରେ ଝିଅକୁ ବି ରଖିଲେ। ଶାହାରୁଖଙ୍କ ଫ୍ଲାଟରେ କବଜା କରିବା ଉଦ୍ଦେଶ୍ୟରେ ତାଙ୍କ ପରିବାର ଉପରେ ମାଡପିଟ୍ ଆରୋପ ଲଦି ଏତଲା ଦେଇଥିଲେ ରୋସନି। ଶାହାରୁଖଙ୍କ ପରିବାର ଜେଲ୍ ବି ଯାଇଥିଲେ। ପରେ ବୁଝାମଣା ହୋଇଥିଲା। ରୋସନି ଫ୍ଲାଟକୁ କବଜା କରି ଶାହାରୁଖକୁ ବାହାର କରିଦେଇଥିଲେ। ତେବେ ଶାହାରୁଖଙ୍କୁ ଫସାଇବାକୁ ଯୋଜନା କରିଥିଲେ ରୋସନି। ଗଲା ସୋମବାର ରାତିରେ ଝିଅକୁ ଭେଟିବାକୁ ଶାହାରୁଖ ଫ୍ଲାଟରେ ପହଞ୍ଚିଥିଲେ। ଏତିକିବେଳେ କୌଣସି କଥାକୁ ନେଇ ରୋସନି ଓ ଶାହାରୁଖ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଝିଅର ଗଳା ଚିପି ମାରିଦେଲା ରୋସନି। ମଙ୍ଗଳବାର ଝିଅକୁ ଶାହାରୁଖ ମାରିଥିବାର ଆରୋପ ଲଦିବାରୁ ପୁଲିସର ସନ୍ଦେହ ହୋଇଥିଲା। ଆଉ ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା, ୩୬ ଘଣ୍ଟା ପୂର୍ବରୁ ଝିଅଟିର ମର୍ଡର ହୋଇଥିଲା। ଅର୍ଥାତ ରବିବାରରୁ ମର୍ଡର ହେଲାଣି। ଲୋକେସନ ଟ୍ରେସ୍ କରି ପୁଲିସ ଜାଣିବାକୁ ପାଇଥିଲା ଯେ, ଘଟଣା ବେଳେ ଶାହାରୁଖ ସେ ଏରିଆରେ ହିଁ ନଥିଲେ। ପୁଲିସ ଜେରାରେ ସତ ମାନିଯାଇଥିଲେ ରୋସନି ଓ ଉଦିତ। ରୋସନି ଓ ଉଦିତଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେଇଥିଲା ଝିଅ ସାଇନା। ଏହାକୁ ନେଇ ଝିଅକୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଶାହାରୁଖକୁ ଫସାଇବାକୁ ଷଡ଼ଯନ୍ତ୍ର କରିଥିଲେ। ରବିବାର ସାଇନା ବ୍ଲୁଟୁଥ୍ ସ୍ପିପରକୁ କେଉଁଠି ଲୁଚାଇଦେଇଥିଲା। ଏହାକୁ ନେଇ ରୋସନି ତାକୁ ପିଟିଥିଲେ। ଆଉ ଝିଅ କାନ୍ଦି କାନ୍ଦି ଶୋଇ ପଡ଼ିଥିଲା। ମଦ ଓ ମାଂସ ଆଣିବାକୁ ଉଦିତକୁ ଫୋନ୍ କରି କହିଥିଲା ରୋସନି। ଦୁହେଁ ପାର୍ଟି କରିବା ପରେ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଝିଅ ଦେଖିଦେଇଥିଲା। ବାପାଙ୍କୁ କହିଦେବ ବୋଲି କହିବାରୁ ଉଭୟ ତାକୁ ମାରିଦେଲେ। ପ୍ରେମ ନିଶାରେ ଏତେ ଚୁର୍ ଯେ, କୋମଳମତି ଝିଅକୁ ମାରିଦେଲା ରୋସନି।


Naxatra News is now on Whatsapp
Join and get latest news update delivered to you via whatsapp
Join Now