ଶଳାକୁ ମାଡ ମାରିଥିବା ଅଭିଯୋଗରେ ଜ୍ୱାଇଁକୁ ଗିରଫକଲା ସଦର ପୋଲିସ

Spread the love

ଜୟପୁର : ଶଳାକୁ ମାଡ ମାରିଥିବା ଅଭିଯୋଗରେ ଜ୍ୱାଇଁକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଝଡିଆଗୁଡା ଗ୍ରାମର ସଞ୍ଜୟ ହରିଜନ (୧୯) । ପୋଲିସ ସୂଚନା ଅନୁଯାଇ ବୈପାରିଗୁଡା ଥାନା ଝଡିଆଗୁଡା ଗ୍ରାମର ସଞ୍ଜୟ ହରିଜନ ଜୟପୁର ବାମୁଣି ଗାଁରେ ଶାଶୁ ଘରେ ରହୁଥିଲେ । କୈଣସି କାରଣକୁ ନେଉ ସଞ୍ଜୟ ଶାଳା ଜୟ କୁମାର ହରିଜନ ଏଲିୟସ ବାହାଦୁରକୁ ମାଡ ମାରିଥିଲୋ । ଏନେଇ ସଞ୍ଜୟଙ୍କ ଶାଶୁ ପୁନ୍ଦେଇ ହରିଜନ ଜୟପୁର ସଦର ଥାନାରେ ଅଭି ଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ ସଞ୍ଜୟ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *