ବୁର୍ଲା ଭିମସାରରେ ଶିଶୁପୁତ୍ର ଚୋରି ଘଟଣା। ଅଭିଯୁକ୍ତର ଫଟୋ ଜାରି କଲା ସମ୍ବଲପୁର ପୁଲିସ । ଶିଶୁକୁ ଖୋଜାଖୋଜି କରିବା ପାଇଁ ପୁଲିସର ୪ଟି ଟିମ ଗଠନ କରାଯାଇଛି । ଜିଲ୍ଲା ସହ ଜିଲ୍ଲା ବାହାରେ ଖୋଜାଖୋଜି କରୁଛି ପୁଲିସ । ବିଭିନ୍ନ ଜିଲ୍ଲାର ଥାନାକୁ ଆଲର୍ଟ ମଧ୍ୟ କରାଯାଇଛି । ଏହାସହ ସନ୍ଦିଗ୍ଧ ମହିଳାଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଇଛି ପୁଲିସ । ବୁର୍ଲା ଭିମସାରରୁ ୨ ଦିନର ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁଇଦିନର ପୁଅକୁ ଜଣେ ମହିଳା ଚୋରି କରିଥିବା ଅଭିଯୋଗ ହୋଇଛି । ଏପରିକି ସିସିଟିଭିରେ ମଧ୍ୟ ଚୋରି ସମୟର ଦୃଶ୍ୟ କଏଦ ହୋଇଛି । ଦୁଇଦିନ ତଳେ ଛତିଶଗଡ଼ ସରେଇପାଲି ଅଞ୍ଚଳର ଜଣେ ମହିଳା ବୁର୍ଲା ଭିମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସ୍ୱାମୀ-ସ୍ତ୍ରୀଙ୍କ ସହିତ ନବଜାତକର ମାଉସୀ ମଧ୍ୟ ଆସିଥିଲେ । ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ତାଙ୍କ ସହ ସମ୍ପର୍କ ବଢ଼ାଇ ଥିଲେ ଏବଂ ଗତକାଲି ଅପରାହ୍ନରେ ଶିଶୁଟି କାନ୍ଦିବା ବେଳେ ତାକୁ ବୁଲାଇନେବା ବାହାନାରେ ଧରି ଫେରାର ହୋଇ ଯାଇଥିଲେ।ଖବର ଜଣାପଡିବା ପରେ ବୁର୍ଲା ଥାନାରେ ପହଂଚିଥିଲା ଅଭିଯୋଗ। ପୁଲିସ ପହଞ୍ଚି ପ୍ରଥମେ ସିସିଟିଭି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେହି ମହିଳା ଜଣଙ୍କ ଶିଶୁପୁତ୍ରକୁ ନେଇ ପଳାଉଥିବା ଦେଖିବାକୁ ମିଳିଛି । ମହିଳା ଓ ଶିଶୁକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now