୬ ଲକ୍ଷ ଟଙ୍କା ଜରିମାନା ଦେବା ପରେ ସାଂସଦଙ୍କ ଘରେ ପୁଣି ବିଜୁଳି ସଂଯୋଗ ହେଲା। ସମ୍ଭଲର ସପା ସାଂସଦ ଜିୟାଉର ରେହେମାନ ବର୍କଙ୍କ ଘରକୁ ବିଜୁଳି ସଂଯୋଗ ଦିଆଯାଇଛି। ସାଂସଦଙ୍କ ନାଁରେ ନୂଆ ମିଟର ଲଗାଇଛି ବିଦ୍ୟୁତ ବିଭାଗ। ୭ ମାସ ପରେ ସାଂସଦଙ୍କ ଘରକୁ ବିଜୁଳି କନେକ୍ସନ ଦିଆଯାଇଛି। ଗଲା ବର୍ଷ ଡିସେମ୍ୱରରେ ସାଂସଦଙ୍କ ବିଜୁଳି ଚୋରୀକୁ ଧରିଥିଲା ବିଦ୍ୟୁତ ବିଭାଗ। ଦୁଇଟି ମିଟର ଜବତ କରିଥିଲା। ଏହା ପରେ ସେବେଠୁ ସାଂସଦଙ୍କ ଘରେ ଜେନେରେଟର ଓ ସୋଲାର ପ୍ଲାଣ୍ଟରେ ବିଜୁଳି ଚାଲିଥିଲା। ସାଂସଦଙ୍କ ଓକିଲ ଫରିଦ୍ ଅହମଦ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ପରେ ୬ ଲକ୍ଷ ଟଙ୍କା ଜମା କରାଯାଇଛି। ଏହି ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୨ରେ ହେବ। ନଭେମ୍ୱର ୨୪, ୨୦୨୪ରେ ସମ୍ଭଲର ସାହି ଜାମା ମସଜିଦ୍ ବନାମ ହରିହର ମନ୍ଦିର ବିବାଦ ନେଇ ସର୍ଭେ ହୋଇଥିଲା। ସେହି ଦିନ ବ୍ୟାପକ ହିଂସା ଘଟିଥିଲା। ହିଂସାର ୧୪ ଦିନ ପରେ ସାଂସଦ ବର୍କଙ୍କ ଏରିଆରେ ବିଜୁଳ ଚେକିଂ ଅଭିଯାନ ଆରମ୍ଭ ହୋଇଥିଲା। ସାଂସଦ ୧୬ କିଲୋଓ୍ୱାଟର ବିଜୁଳି ଚୋରି କଥା ସାମ୍ନାକୁ ଆସିଥିଲା। ଏତଲା ରୁୁଜୁ କରି ବିଜୁଳି ବିଭାଗ ୧କୋଟି ୯୧ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now